ପଶ୍ଚିମବଙ୍ଗର ଆଠ ପର୍ଯ୍ୟାୟ ନିର୍ବାଚନ ପଛରେ ପୁରୁଣା ହିଂସା: ରିପୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ ଓ କେରଳରେ ବିଧାନସଭା ପାଇଁ ମାତ୍ର ଗୋଟିଏ ଦିନରେ ମତଦାନ ସରୁଥିବା ବେଳେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ନିର୍ବାଚନ ଆୟୋଗ ନେଇଥିବା ନିଷ୍ପତ୍ତି ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇ ଥାଇପାରେ। ତେବେ ଅତୀତରେ ପଶ୍ଚିମବଙ୍ଗରେ ସଂଘଟିତ ନିର୍ବାଚନୀ ହିଂସା ବାବଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରିପୋର୍ଟକୁ ଭିତ୍ତି କରି ଆୟୋଗ ସେଠାରେ ଏପରି ବହୁପର୍ଯ୍ୟାୟ ମତଦାନ ସୂଚୀ ରଖିଥିବା ସ୍ପଷ୍ଟ ହୋଇଛି। ଗୃହ ମନ୍ତ୍ରଣାଳୟର ସୂଚନାନୁଯାୟୀ, ୨୦୨୦ ମସିହାରେ ସେଠାରେ ୬୬୩ଟି ହିଂସା ଘଟିବା ସହ ୫୭ ଜଣଙ୍କର ଜୀବନ ଯାଇଛି।

ଏପରିକି ଗତ ଜାନୁଆରି ପ୍ରଥମ ସପ୍ତାହରେ ରାଜ୍ୟରେ ୨୩ଟି ଅନୁରୂପ ଘଟଣା ଦେଖାଯିବା ସହ ଜଣେ ବିଜେପି କର୍ମୀ ଓ ଜଣେ ଟିଏମ୍‌ସି କର୍ମୀଙ୍କର ମୃତ୍ୟୁ ଘଟିଛି ଓ ୪୩ ଜଣ ଆହତ ହୋଇଛନ୍ତି। ତେଣୁ ନିର୍ବାଚନ ଆୟୋଗଙ୍କ ରାଜ୍ୟ ପାଇଁ ଏଭଳି ୮ ପର୍ଯ୍ୟାୟ ନିର୍ବାଚନ ସୂଚୀ ଘୋଷଣା ଦ୍ବାରା ଅବାଧ ଓ ନିରପେକ୍ଷ ମତଦାନ ହୋଇପାରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରକୁ ସୁଗମ କରାଇ ବିଜେପିକୁ ସୁହାଇବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର