ତୁର୍କୀ ଏବଂ ସିରିୟାରେ ଭୟାବହ ଭୂକମ୍ପ ପରେ ଭାଇରାଲ ହେଲା ଆକାଶରେ ଉଡ଼ୁଥିବା ପକ୍ଷୀଙ୍କ ପୁରୁଣା ଭିଡିଓ

ଇସ୍ତାନବୁଲ: ତୁର୍କୀ ଏବଂ ସିରିୟାରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ରିପୋର୍ଟ ଲେଖାହେଲା ବେଳକୁ  ପାଖାପାଖି ୧୦ହଜାର ସଂଖ୍ୟାରେ ପହଞ୍ଚି ଯାଇଥିଲା। ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଭୂକମ୍ପର ପରବର୍ତ୍ତୀ ସ୍ଥିତି ଅତି ଭୟଙ୍କର ରହିଛି। ବଡ଼ବଡ଼ କୋଠା ଓ ଘର ସବୁ ଆଖି ପିଛୁଳାକେ ଭାଙ୍ଗି ମାଟିରେ ମିଶି ଯାଇଥିଲା। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ସମେତ ଅନେକ ଲୋକ ସେୟାର ବି କରିଛନ୍ତି।

 

Nature’s alarm system. We are not sufficiently tuned in to nature to hear it… https://t.co/jzjkQxCxsR

— anand mahindra (@anandmahindra) February 6, 2023

ଭାଇରାଲ ଭିଡିଓ‌ରେ ଦାବି କରାଯାଉଛି କି, ଆକାଶରେ ଉଡ଼ୁଥିବା ପକ୍ଷୀମାନେ ଅନ୍ୟଦିନ ଅପେକ୍ଷା ଭୂକମ୍ପ ଦିନ ଏକ ଅଦ୍ଭୁଦ ପ୍ରକ‌ାର ଶବ୍ଦ କରି  ଘୁରି ବୁଲୁଥିଲେ। ଏଭଳି ଶବ୍ଦ ଗୋଟିଏ କି ଦୁଇଟି ନୁହେଁ, ବରଂ ହଜାରହଜାର ପକ୍ଷୀ ଏଭଳି ଭାବେ ଶବ୍ଦ କରି ଆକାଶରେ ଘୁରି ବୁଲୁଥିଲେ। ଦାବି କରାଯାଉଛି କି ଏ ଦୃଶ୍ୟ ତୁର୍କୀ ଏବଂ ସିରିୟାରେ ଆସିଥିବା ଭୂମ୍ପର କିଛି ସମୟ ପୂର୍ବର। କିନ୍ତୁ ଏହା ଏକ ପୁରୁଣା ଭିଡିଓ। ଯାହାକି ଭୂକମ୍ପ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତୁର୍କୀରେ ଭୂକମ୍ପ ହୋଇ ଗୋଟିଏ ପରେ ଗୋଟିଏ ଏପରି  ଭାବେ ବଡ଼ବଡ଼ କୋଠା ଖେଳଣା ଭଳି ଭାଙ୍ଗି ଯାଇ ମାଟିରେ ମିଶି ଯାଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା।  ତିନିଟି ଝଟକାରେ ତୁର୍କୀ ଭୟଙ୍କର ଭାବେ ଥରି ଉଠିଥିଲା। ତୁର୍କୀରେ ୩ ଥର ଭୂକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଲାଗି ରହିଥିବା ବେଳେ ଆଜି ପୁଣିଥରେ କେନ୍ଦ୍ରୀୟ ତୁର୍କୀରେ ଦୁଇ ଥର ୫.୬ ଓ ୫.୭ ତୀବ୍ରତାର ଭୂକମ୍ପ ‌ଅନୁଭୂତ ହୋଇଛି ବୋଲି ରିପୋର୍ଟ ମିଳିଛି।

 

 

ସମ୍ବନ୍ଧିତ ଖବର