ଲୁଗା ଶୁଖାଉଥିବା ବେଳେ ୧୯ତମ ମହଲାରୁ ଖସି ପଡ଼ିଲେ ୮୨ବର୍ଷୀୟ ମହିଳା, ଏପରି ଫେରି ପାଇଲେ ଜୀବନ 

ନୂଆଦିଲ୍ଲୀ: ଚାଇନାର ଏକ ଉଚ୍ଚ ମହଲା କୋଠାରେ ଜଣେ ବୃଦ୍ଧ ମହିଳା ବାଲକୋନିରେ ଲୁଗା ଶୁଖାଉଥିବା ବେଳେ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଜଣେ ୮୨ ବର୍ଷୀୟା ମହିଳା ପୂର୍ବ ଚାଇନାର ଏକ କୋଠାର ୧୯ ତମ ମହଲାର ବାଲକୋନିରେ ଲୁଗା ଶୁଖାଉଥିବା ବେଳେ ହଠାତ୍ ଖସିପଡ଼ିଥିଲେ। ସୌଭାଗ୍ୟବଶତଃ ସେଠାରେ ଥିବା ଲୁଗା ଶୁଖାଇବା ରାକରେ ସେ ଲଟକି ଯାଇଥିଲେ।

 

ସ୍ଥାନୀୟଲୋକେ ଏହି ଘଟଣା ସମ୍ପର୍କ‌ରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ବୃଦ୍ଧାଙ୍କୁ ଦଉଡ଼ିରେ ବାନ୍ଧି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।  ଏହି ଘଟଣାରେ ବୃଦ୍ଧାଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ।

ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବୃଦ୍ଧାଙ୍କ ଜୀବନ ବଞ୍ଚାଇ ଥିବାରୁ  ଲୋକମାନେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ।

 

 

ସମ୍ବନ୍ଧିତ ଖବର