ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ହେଲେ ରାଜସ୍ଥାନ କୋଟାର ସାଂସଦ ଓମ ବିର୍ଲା | ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିର୍ଲା | ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ | ଵାଚନିକ ଭୋଟରେ ପ୍ରସ୍ତାବ ଦିଆଯାଇଥିବାବେଳେ କଂଗ୍ରେସ ସହ ଅନ୍ୟ ଦଳମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ |
/sambad/media/post_attachments/wp-content/uploads/2019/06/D9ZtvuyXoAAvK75-300x219.jpg)
୨୦୧୯ ଲୋକସଭା ନିର୍ବାଚନରେ ଓମ୍ ବିର୍ଲା ରାଜସ୍ଥାନର କୋଟା-ବୁନ୍ଦି ଲୋକସଭା କ୍ଷେତ୍ରରୁ ବିଜେପି ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ ରାଜସ୍ଥାନ ବିଧାନସଭାକୁ ତିନିତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ।
୨୦୧୯ ଲୋକସଭା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଇଁ ଏହି ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨ ଲକ୍ଷ ୭୯ ହଜାର ଭୋଟରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୧ରେ ଗୁଜରାଟ ଭୂକମ୍ପ ସମୟରେ ବିର୍ଲା ତାଙ୍କର ସାଥୀ ସ୍ବେଚ୍ଛାସେବୀଙ୍କ ସହ ପୀଡ଼ିତଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/D9Zu_OpU0AAYFhh.png)