ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଭୋଟ ଗଣତିର ଦିନ। ଭୋଟ ଗଣତି ଚାଲିଛି, ଆରମ୍ଭରୁ ହିଁ ଫଳାଫଳ ବିଜେପି ସପକ୍ଷରେ ଆସୁଛି । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୪୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ କେବଳ ୨୮ ଟି ଆସନରେ ଆଗୁଆ ରହିପାରିଛି । ଭୋଟ ଗଣତି ମଧ୍ୟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ଓ ଆପକୁ ଟାର୍ଗେଟ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ମହାଭାରତ' ଧାରାବାହିକର ଏକ ଦୃଶ୍ୟ ସେୟାର କରି ଉମାର ଅବଦୁଲ୍ଲା ଲେଖିଛନ୍ତି, 'ନିଜ ନିଜ ମଧ୍ୟରେ ଆହୁରି ଲଢ଼!' ତାଙ୍କର ସ୍ପଷ୍ଟ ଇଙ୍ଗିତ ଥିଲା ଆପ୍ ଓ କଂଗ୍ରେସର ଫଳାଫଳକୁ ନେଇ ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି। ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି। ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/08/Q5aYCxpURkgdSg3KaSe6.jpg)