ଅସନ୍ତୋଷ ଯୋଗୁଁ ଜମ୍ମୁକଶ୍ମୀରର ଯୁବକ ବନ୍ଧୁକ ଉଠାଉଛନ୍ତି: ଓମର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦୀମାନେ ବାହାରୁ ଆସିନାହାଁନ୍ତି। ବରଂ,ଏଠାକାର ଯୁବକମାନେ ଅସନ୍ତୋଷ କାରଣରୁ ବନ୍ଧୁକ ଉଠାଇଛନ୍ତି |  କଶ୍ମୀରର ଡୋଡାଠାରେ ଏକ ବୈଠକକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଧାରା ୩୭୦ ହଟାଇବାକୁ ନେଇ କେନ୍ଦ୍ରରେ ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି ।

ସେ କହିଛନ୍ତି, “ଆମ ଶାସନ କାଳରେ ଯେଉଁ ଅଞ୍ଚଳରେ ଆତଙ୍କବାଦୀ ନଥିଲେ ଏବେ ପୁଣି ଥରେ ଆତଙ୍କବାଦ ବଢ଼ିବାରେ ଲାଗିଛି। ଏହି ଆତଙ୍କବାଦୀମାନେ ବାହାରୁ ଆସି ନାହାଁନ୍ତି | କିନ୍ତୁ କଶ୍ମୀରର ଯୁବକମାନେ କ୍ରୋଧ ଏବଂ ଅନ୍ୟାନ୍ୟ କାରଣରୁ ଅସ୍ତ୍ରଶସ୍ତ୍ର ଉଠାଇଛନ୍ତି’ । ଓମର ଆହୁରି ମଧ୍ୟ କହିଛନ୍ତି, “ଧାରା ୩୭୦ ରଦ୍ଦ ହେବା ପରେ କୁହାଯାଇଥିଲା ଯେ ଅମ୍ବାନି, ଟାଟା ଏବଂ ବିର୍ଲା ଜମ୍ମୁକଶ୍ମୀରରେ ପୁଞ୍ଜି ବିନିଯୋଗ କରିବେ ଏବଂ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେପରି କିଛି ଘଟିଲା ନାହିଁ।


ଏପରିକି ଏଠାରେ ଚାଲିଥିବା ପ୍ରକଳ୍ପଗୁଡିକରେ ସ୍ଥାନୀୟ ଲୋକ ମଧ୍ୟ ଚାକିରୀ ପାଇ ନାହାଁନ୍ତି’। ସୂଚନା ଥାଉ କି ଯେ ୫ ଅଗଷ୍ଟ ୨୦୧୯ ରେ ମୋଦୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରି ଜମ୍ମୁକଶ୍ମୀରରୁ ଧାରା ୩୭୦ ଏବଂ ଧାରା ୩୫-ଏ ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ ।

ସମ୍ବନ୍ଧିତ ଖବର