ଉଭୟଙ୍କ ଭିତରେ ଝଗଡ଼ା ହେବା ଯୋଗୁଁ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଅଲଗା ଅଲଗା ରଖାଗଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଜମ୍ମୁ-କାଶ୍ମୀରର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ନଜର ବନ୍ଦୀ କରାଯାଇ ହରି ନିବାସ ପ୍ୟାଲେସରେ ରଖାଯାଇଥିଲା । କିନ୍ତୁ ସେଠାରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବା ଯୋଗୁଁ ବାଧ୍ୟ ହୋଇ ଉଭୟଙ୍କୁ ଅଲଗା ଅଲଗା ରଖାଯିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ପରସ୍ପରକୁ ଜମ୍ମୁ-କାଶ୍ମୀରରେ ବିଜେପିକୁ କ୍ଷମତାକୁ ଆଣବା ଲାଗି ଦାୟୀ ବୋଲି ଦୋଷାରୋପ କରିଥିଲେ । ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ ଓମାର ମେହବୁବାଙ୍କ ଉପରେ ରାଗି ତାଙ୍କ ପିତା ମୁଫତି ମହମ୍ମଦ ସୟିଦ ୨୦୧୫ରୁ ୨୦୧୮ ଯାଏଁ ବିଜେପି ସହ ମିଳିତ ସରକାରରେ ଥିଲେ ବୋଲି କହିଥିଲେ ।

ଏହାପରେ ପିଡିପି ନେତ୍ରୀ ମେହବୁବା ଓମାରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣି କହିଥିଲେ ଯେ ଓମାରଙ୍କ ପିତା ଫାରୁକ ଅବଦୁଲ୍ଲା ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ । ଏପରିକି ତାଙ୍କ ଜେଜେ ଶେଖ ଅବଦୁଲ୍ଲା ମଧ୍ୟ କାଶ୍ମୀର ପାଇଁ ଦାୟୀ ବୋଲି ଅଭିଯୋଗ କରିଥିଲେ ।

photo-jansatta

ଏହାପରେ ଓମାର ଅବଦୁଲ୍ଲାଙ୍କୁ ଚେଷମାଶାହି ବନଭବନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। କିନ୍ତୁ ମେହବୁବା ମୁଫତିଙ୍କୁ ହରିନିବାସ ପ୍ୟାଲେସରେ ରଖାଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର