କଶ୍ମୀର : ସରକାରୀ କ୍ୱାର୍ଟରରୁ ତଡା ଖାଇବେ ଓମର ଅବଦୁଲ୍ଲା ଓ ମେହେବୁବା

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ଏବେ ସେଠାରେ ଭାରତୀୟ ସମ୍ବିଧାନ ପରିସରକୁ ଆସିଯାଇଛି । ଏବେ ସେଠାରେ ସୁପ୍ରିମକୋର୍ଟର ନିର୍ଦ୍ଦେଶାବଳୀ ଲାଗୁ ହେବ ।

କିନ୍ତୁ ଏହା ଦ୍ୱାରା ବର୍ଷ ବର୍ଷ ଧରି ପୁରୁଷାନୁକ୍ରମିକ ଭାବେ କଶ୍ମୀରକୁ ନିଜର ଜମିଦାରୀ ଭାବିଥିବା କେତୋଟି ରାଜନୈତିକ ପରିବାର ପାଇଁ ଖରାପ ସମୟ ଆସିଯାଇଛି । ଏହି ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ରହୁଥିବା ସରକାରୀ କ୍ୱାର୍ଟରକୁ ନିଜସ୍ୱ ସମ୍ପତ୍ତି ବୋଲି ଭାବି ଦେଇଥିଲେ । ଅବଦୁଲ୍ଲା ପରିବାର, ମୁଫତି ପରିବାର, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରଭୃତି ଶ୍ରୀନଗରର ଅତି ସୁରକ୍ଷିତ ଗୁପକର ରୋଡରେ ସରକାରୀ ବଙ୍ଗଳାରେ ସ୍ଥାୟୀଭାବେ ମାଗଣାରେ ରହିଆସୁଥିଲେ । ଏପରିକି ନିଜ ନିଜର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସମସ୍ତେ ଏସବୁ ସ୍ଥାୟୀ ସରକାରୀ ବଙ୍ଗଳାକୁ କୋଟି କୋଟି ଟଙ୍କା ବ୍ୟୟ କରି ଆଧୁନିକୀକରଣ କରୁଥିଲେ ।

ଓମର ଅବଦୁଲ୍ଲା ଓ ମେହେବୁବା ନିଜର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନିଜ ନିଜର ସରକାରୀ ବଙ୍ଗଳାରେ ଯଥାକ୍ରମେ ୨୦ କୋଟି ଓ ୩୦ କୋଟି ଟଙ୍କା ଲେଖାଏଁ ବ୍ୟୟ କରିଥିଲେ । ଏପରିକି ଉଭୟଙ୍କର ଶ୍ରୀନଗରରେ ଏକାଧିକ ବ୍ୟକ୍ତିଗତ ବଙ୍ଗଳା ଥିବା ସତ୍ତ୍ୱେ ସେମାନେ ସରକାରୀ କ୍ୱାର୍ଟର ଛାଡୁ ନ ଥିଲେ । ଏବେ ସେଠାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଲାଗୁ ହେବାକୁ ଥିବାରୁ ଉଭୟଙ୍କୁ ଏସବୁ କ୍ୱାର୍ଟର ଛାଡିବାକୁ ପଡିବ । ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କ୍ଷମତାରୁ ଯିବା ପରେ ନିଜର ସରକାରୀ ବାସଭବନ ଛାଡିବାକୁ ବାଧ୍ୟ ବୋଲି ଗତ ବର୍ଷ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ ।

ସମ୍ବନ୍ଧିତ ଖବର