ମହିଳାଙ୍କ ପେଟରୁ ବାହାରିବାକୁ ଲାଗିଲେ ଗୋଟିଏ ପରେ ଗୋଟିଏ ଶିଶୁ, ଡ଼ାକ୍ତରଙ୍କୁ ଡ଼ାକିବାକୁ ପଡ଼ିଲା ବଡ଼ ଟିମ୍‌

ନୂଆଦିଲ୍ଲୀ : ଆମେରିକାର ଟେକ୍ସାସ ସହରରେ ରହୁଥିବା ମହିଳା ଲାରା ପାର୍କିସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଲାରା ଗର୍ଭବତୀ ଥିବା ସହ ତାଙ୍କର ପ୍ରସବ କରାଇବା ସମୟରେ ଯେଉଁ ଘଟଣା ଘଟିଥିଲା ତାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଲାରା ଏକା ସାଙ୍ଗରେ ୬ଟି ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ତାଙ୍କ ଗର୍ଭରେ ୬ଟି ସନ୍ତାନ ରହିଛି ବୋଲି କେହି ବିଶ୍ୱାସ ମଧ୍ୟ କରି ନଥିଲେ । କିନ୍ତୁ ସୋନୋଗ୍ରାଫି ରିପୋର୍ଟ ଆସିବା ପରେ ସମସ୍ତଙ୍କୁ ଝଟ୍‌କା ଲାଗିଥିଲା ।

ABSFreePic

ମିଳିଥିବା ସୂଚନା ମୁତାବକ, ଲାରା ଗର୍ଭବତୀ ଥିବା ବେଳେ ତାଙ୍କ ପେଟର ଆକାର ଦେଖି ତାଙ୍କ ପେଟରେ ଯମଜ ସନ୍ତାନ ଥିବା ସମସ୍ତେ ଭାବିଥିଲେ । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ଡ଼ାକ୍ତରଖାନା ନିଆଯିବା ପରେ ଡ଼ାକ୍ତର ତାଙ୍କର ସୋନୋଗ୍ରାଫି କରାଇଥିଲେ, ଯାହା ପରେ ତାଙ୍କୁ ପେଟରେ ୬ଟି ସନ୍ତାନ ଥିବା ଜଣା ପଡ଼ିଥିଲା ଏ ବିଷୟରେ ଲାରାଙ୍କୁ ଡ଼ାକ୍ତର ଜଣାଇବା ପରେ ପ୍ରଥମେ ବିଶ୍ୱାସ କରି ପାରି ନଥିଲେ ଲାରା । ସୋନୋଗ୍ରାଫି ରିପୋର୍ଟ ଦେଖିବା ପରେ ନିଜ ଗର୍ଭରେ ସେ ୬ଟି ସନ୍ତାନକୁ ପାଳୁଥିଲେ ବୋଲି ବିଶ୍ୱାସ କରି ପାରି ନ ଥିଲେ ଲାରା । ତେବେ ଲାରାଙ୍କ ପ୍ରସବ କରାଇବା ପାଇଁ ଡ଼ାକ୍ତର ଏକ ବଡ଼ ଟିମ୍‌ ତିଆରି କରି ସଫଳ ହୋଇଥିବା ଜଣାପଡ଼ିଛି । ପ୍ରସବ ପରେ ଲାରା ଏକା ସାଙ୍ଗରେ ୩ ଜଣ ଶିଶୁ କନ୍ୟା ଏବଂ ୩ଜଣ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର