ଲଣ୍ଡନ: ବ୍ରିଟେନ୍ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଓମିକ୍ରନ୍ ଭାରିଆଣ୍ଟର ଆଉ ଏକ ଉପ ପ୍ରଜାତି ବିଏ.୨ ଉପରେ ଅନୁସନ୍ଧାନ ଚଳାଇଛନ୍ତି। ବ୍ରିଟେନ ସ୍ବାସ୍ଥ୍ୟ ସଚିବ ବିଏ.୨କୁ ଅନୁସନ୍ଧାନାଧୀନ ଭାରିଆଣ୍ଟ ବୋଲି କହୁଛନ୍ତି। ବିଏ.୨କୁ ଭାରିଆଣ୍ଟ ଅଫ୍ କନସର୍ନ ବୋଲି ଏ ପର୍ଯ୍ୟନ୍ତ କୁହାଯାଇ ନାହିଁ। ଓମିକ୍ରନ୍ ଭାରିଆଣ୍ଟର ଏହି ସବ୍-ଲାଇନେଜ୍ର ଓମିକ୍ରନ୍ରେ ଦେଖାଯାଉଥିବା ନିର୍ଦ୍ଦିଷ୍ଟ ପ୍ରକାର ମ୍ୟୁଟେସନ ନାହିଁ, ଯାହାଫଳରେ ଏହାକୁ ଡେଲ୍ଟାରୁ ଅଲଗା ବୋଲି ସହଜରେ ଚିହ୍ନିହୁଏ ନାହିଁ। ଏହି ନୂଆ ପ୍ରଜାତି ଦ୍ବାରା ଇଂଲାଣ୍ଡରେ ଏପର୍ଯ୍ୟନ୍ତ ୪୨୬ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ସହିଦ ଡେନ୍ମାର୍କ, ଭାରତ, ସ୍ବିଡେନ ଓ ସିଙ୍ଗାପୁରରେ ଏହି କିସମ ଚିହ୍ନଟ ହେବା ସହ ଅଧିକ ତଥ୍ୟ ଆହରଣ ଓ ଗବେଷଣା ରହିଛି। ଏହି ନୂଆ କିସମ-ଜନିତ ସଂକ୍ରମଣ ବଢ଼ୁଥିବା ଡେନ୍ମାର୍କ ରିପୋର୍ଟ କରିଛି। ଏପରି କି ନୂଆ ବର୍ଷର ପ୍ରଥମ ଦୁଇ ସପ୍ତାହ ଭିତରେ ଯେତିକି ସଂକ୍ରମଣ ହୋଇଛି, ତାହାର ୪୫ ପ୍ରତିଶତ ଏହି ପ୍ରଜାତି ଦ୍ବାରା ହୋଇଥିବା ରିପୋର୍ଟ ମିଳିଛି। ଡେନ୍ମାର୍କର ଗବେଷକମାନେ କହିଛନ୍ତି ଯେ, ଓମିକ୍ରନ୍ର ଏହି ସବ୍-ଲାଇନେଜ୍ ଦ୍ବାରା କୋଭିଡ୍ ସଂକ୍ରମଣ ଦୁଇଟି ଶିଖର ଛୁଇଁପାରେ।
ଓମିକ୍ରନ୍ର ନୂଆ ପ୍ରଜାତି ବିଏ.୨ ଉପରେ ଅନୁସନ୍ଧାନ: ବ୍ରିଟେନ୍ରେ ୪୨୬ଟି ମାମଲା ଚିହ୍ନଟ
/sambad/media/post_attachments/wp-content/uploads/2022/01/65s4h65fs4h65fhs4f65hs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)