ଜିନୋମ ସିକ୍ୟୁଏନସିଂରୁ ବଡ଼ ଖୁଲାସା: ଦିଲ୍ଲୀରେ ସଂକ୍ରମଣ ବଢ଼ାଉଛି ଓମିକ୍ରନର ୯ଟି ଉପପ୍ରଜାତି

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖି ଦିଲ୍ଲୀ ସରକାର ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏଭଳି ହଠାତ୍ ସଂକ୍ରମଣ ବୃଦ୍ଧି ପଛର କାରଣ ଜାଣିବା ପାଇଁ କରୋନା ଆକ୍ରାନ୍ତଙ୍କ ସ୍ବାବର ଜିନୋମ ସିକ୍ୟୁଏନସିଂ କରାଯାଇଥିବା ବେଳେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଓମିକ୍ରନର ୯ଟି ଉପପ୍ରଜାତି ପାଇଁ ଦିଲ୍ଲୀରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିବା ଜିନୋମ ସିକ୍ୟୁଏନସିଂରୁ ସ୍ପଷ୍ଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୦୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଦିଲ୍ଲୀରୁ ୬୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟା ବଢ଼ିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଦିଲ୍ଲୀରେ ଏବେ ସଂକ୍ରମଣ ହାର ୫.୭୦%ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି। ଗତକାଲି ନୂଆ ସଂକ୍ରମଣ ସଂଖ୍ୟା ୨,୦୬୭ ଥିବା ବେଳେ ଆଜି ଏହି ୨,୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୫୬ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୩୮୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୯,୯୭୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୫୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍୧୯ଜନିତ ମୃତ୍ୟୁସଂଖ୍ୟା ,୨୨,୦୬୨ରେ ପହଞ୍ଚିଛି

ସମ୍ବନ୍ଧିତ ଖବର