ଭାରତକୁ ଆସିଲା କରୋନାର ଘାତକ ଭାରିଆଣ୍ଟ ଓମିକ୍ରନ, ଏହି ରାଜ୍ୟରେ ଚିହ୍ନଟ ହେଲେ ଦୁଇ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତକୁ ଆସିଲା ଓମିକ୍ରନ | କାରଣର ସବୁଠାରୁ ଘାତକ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦୁଇ ଜଣ ଚିହ୍ନଟ ହୋଇଛନ୍ତି | କର୍ଣ୍ଣାଟକରେ ଏହି ପ୍ରଜାତିର ଭୂତାଣୁ ଦୁଇଜଣଙ୍କ ଠାରେ ଥିବା ଜଣାପଡିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି | ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ୬୬ ବର୍ଷ ଓ ୪୬ ବର୍ଷ ବୋଲି ଜଣାପଡିଛି | ସେହିପରି ଦୁଇଜଣ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି |

photo-indian express

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୯ଟି ଦେଶରେ ୩୭୩ଟି ଓମିକ୍ରନ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଥିବାବେଳେ ଭାରତରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେବେ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ | କିନ୍ତୁ ସଚେତନ ରହିବା ନିହାତି ଆବଶ୍ୟକ |

ସମ୍ବନ୍ଧିତ ଖବର