ନୂଆଦିଲ୍ଲୀ: ଓମିକ୍ରନ୍‌ ଭୂତାଣୁଜନିତ ସାମାନ୍ୟ ଜର ହୋଇଥିବାରୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟକ୍ଷଶୁଣାଣି ଆରମ୍ଭ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ବିକାଶ ସିଂହ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।

Advertisment

ବରିଷ୍ଠ ଆଡ୍‌ଭୋକେଟ୍‌ ବିକାଶ ସିଂହ କହିଲେ, ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ ‌ହୋଇଥିବାରୁ ମୁଁ ଖୁସି। ସୁପ୍ରିମ୍‌ କୋର୍ଟରେ ପୂର୍ଣ୍ଣରୂପେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ କରିବା ଲାଗି ମୁଁ ଅନୁରୋଧ କରୁଛି। ଓମିକ୍ରନ୍‌ ଏକ ଭୂତାଣୁ-ଜ୍ବର ପରି ଏବଂ ଲୋକେ ଅବିଳମ୍ବେ ସୁସ୍ଥ ହୋଇଯାଉଛନ୍ତି। ଏହାର ପ୍ରଭାବ ଅତି ସାମାନ୍ୟ।

publive-image Image Courtesy of India Today

ଐହାର ପ୍ରତ୍ୟୁତ୍ତର ଦେଇ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଥିଲେ, ଏବେ ମଧ୍ୟ ସେ ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ ସଂକ୍ରମଣ-ପରବର୍ତ୍ତୀ ପ୍ରତିକ୍ରିୟା ଭୋଗୁଛନ୍ତି। ସେ କହିଛନ୍ତି, ‘‘ମୁଁ ଓମିକ୍ରନ୍‌ଦ୍ବାରା ଆକ୍ରାନ୍ତ ହୋଇଥିଲି। ଏଥିପାଇଁ ୪ ଦିନ ଅସୁସ୍ଥ ହୋଇପଡ଼ିଥିଲି। ଏବେ ମଧ୍ୟ ମୁଁ ଓମିକ୍ରନ୍‌ ସଂକ୍ରମଣ-ପରବର୍ତ୍ତୀ ପ୍ରତିକ୍ରିୟା ଭୋଗୁଛି। ଓମିକ୍ରନ୍‌ ଗୋଟାଏ ଗୁପ୍ତ ଆତତାୟୀ ବୋଲି ଆପଣ ଜାଣନ୍ତି। ମୁଁ ପ୍ରଥମ ଲହର୍‌ରେ ସଂକ୍ରମିତ ହୋଇଥିଲି ଏବଂ ଅବିଳମ୍ବେ ସୁସ୍ଥ ହୋଇଗଲି। ଏଥର ଏଇ ଲହର୍‌ରେ ୨୫ ଦିନ ହୋଇଗଲାଣି ମୁଁ ସୁସ୍ଥ ହୋଇନାହିଁ।’’

ଏଥିସହ ପ୍ରଧାନ ବିଚାରପତି ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଏବେ ‌କୋଭିଡ୍ ସଂକ୍ରମଣ ସଂଖ୍ୟା ୧୫,୦୦୦ରେ ପହଞ୍ଚିଲାଣି।

ଆଡ୍‌ଭୋକେଟ୍‌ ବିକାଶ ସିଂହ କହିଲେ, ଏଥର ଆପଣଙ୍କ ଯୋଗ ଖରାପ ମହାମାନ୍ୟ। କିନ୍ତୁ, ଲୋକେ ସୁସ୍ଥ ହୋଇଯାଉଛନ୍ତି। ଏକଥା ଶୁଣି ପ୍ରଧାନ ବିଚାରପତି କହିଲେ, ପରିସ୍ଥିତି ଅନୁଧ୍ୟାନ କରି ଅଦାଲତ ଯାହା କିଛି ପଦକ୍ଷେପ ଗ୍ରହଣ କରିବେ।