ନୂଆଦିଲ୍ଲୀ: ୨୦୨୨ ଫେବ୍ରୁଆରିରେ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ଲହର ଶୀର୍ଷ ଛୁଇଁ ପାରେ ‘ସୂତ୍ର ମଡେଲ୍’ର ଦୁଇଜଣ ବୈଜ୍ଞନିକ ଆକଳନ କରିଛନ୍ତି।
ଉପରୋକ୍ତ ମଡେଲ୍ର ସହ-ସଂସ୍ଥାପକ ‘ଆଇଆଇଟି କାନପୁର’ର ମନୀନ୍ଦ୍ର ଅଗ୍ରୱାଲ୍ ଏବଂ ‘ଆଇଆଇଟି ହାଇଦ୍ରାବ’ର ଏମ୍. ବିଦ୍ୟାସାଗର କହିଛନ୍ତି ଯେ, ପରିସ୍ଥିତି ଅତି ଜଟିଳ ହେଲେ ଫେବ୍ରୁଆରି ମାସ ବେଳକୁ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ୧.୫ ଲକ୍ଷରୁ ୧.୮ ଲକ୍ଷ ହୋଇପାରେ। ଯଦି ପ୍ରାକୃତିକ ଭାବେ କିଂବା ଟିକାକରଣଦ୍ବାରା ହାସଲ କରାଯାଇଥିବା ରୋଗପ୍ରତିରୋଧ ଶକ୍ତିକୁ ‘ଓମିକ୍ରନ୍ ଭେରିଏଣ୍ଟ୍’ ସମ୍ପୂର୍ଣ୍ଣ ଏଡ଼ାଇ ଦିଏ, ତେବେ ଦେଶରେ ଏଭଳି ପରିସ୍ଥିତି ଉପୁଜି ପାରେ।
ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍’ ସଂକ୍ରମଣ ଯେମିତ ହେଉଛି, ତାହାକୁ ଯଦି ମାନଦଣ୍ଡ ବୋଲି ବିବେଚନା କରାଯାଏ, ତେବେ ଉକ୍ତ ନୂଆ ‘ଭେରିଏଣ୍ଟ୍’ର ପ୍ରସାରଣ ଯେତେ ଶୀଘ୍ର ହେଉଛି, ପତନ ମଧ୍ୟ ସେତେ ଶୀଘ୍ର ହେବ। ସେଠାରେ ୩ ସପ୍ତାହ ମଧ୍ୟରେ ଶୀର୍ଷ ଛୁଇଁବା ସଂକ୍ରମଣର ଅଧୋଽପତନ ଆରମ୍ଭ ହୋଇସାରିଛି ବୋଲି ମନୀନ୍ଦ୍ର ଅଗ୍ରୱାଲ୍ କହିଛନ୍ତି।
/sambad/media/post_attachments/wp-content/uploads/2021/12/omicron1-2.jpg)
‘ଆଇଆଇଟି’ର ଦୁଇ ପ୍ରଫେସର୍ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ସଂକ୍ରମଣ ହାର ଏବଂ ପ୍ରାକୃତିକ ରୋଗ ପ୍ରତିରୋଧକ କ୍ଷମତା ହାର ଅନୁରୂପ ପରିସ୍ଥିତି ଭାରତରେ ସୃଷ୍ଟି ହୋଇପାରେ। ତେଣୁ, ଭାରତରେ ‘ଓମିକ୍ରନ୍’ ସଂକ୍ରମଣ ପରିସ୍ଥିତିର ଭୟାବହତା ସେତେ ନ ହୋଇ ପାରେ। ତେଣୁ, ଭାରତର ସଂକ୍ରମଣ କ୍ଷେତ୍ରରେ ସକାରାତ୍ମକ ମନୋଭାବ ରହିବାର ଯଥେଷ୍ଟ କାରଣ ରହିଛି।
କିନ୍ତୁ, ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ପ୍ରାକୃତିକ ଭାବେ କିଂବା ଟିକାକରଣଦ୍ବାରା ହାସଲ କରାଯାଇଥିବା ରୋଗପ୍ରତିରୋଧ କ୍ଷମତାକୁ କେତେ ପରିମାଣରେ ଏଡ଼ାଇ ପାରୁଛି, ତାହା ଏଯାବତ୍ ଜଣାପଡ଼ିନାହିଁ।