‘ଓମିକ୍ରନ’ ସାରା ବିଶ୍ବକୁ କବଳିତ କରିପାରେ, ଡରାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା : କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନର ଆତଙ୍କ ସାରା ବିଶ୍ବରେ ବଢିଚାଲିଥିବାବେଳେ ଆଜି ଡରାଇବା ଭଳି କଥା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଓମିକ୍ରନ ସମଗ୍ର ବିଶ୍ବରେ ବ୍ୟାପିପାରେ ଓ ସଂକ୍ରମଣ ଦ୍ରୁତ ଗତିରେ ବଢିପାରେ । ବିଶ୍ବର କେତେକ ଅଞ୍ଚଳରେ ଏହାର ଗୁରୁତର ପ୍ରଭାବ ପଡ଼ିପାରେ ବୋଲି ସଂଗଠନ କହିଛି ।

ଓମିକ୍ରନର ମୁକାବିଲା ପାଇଁ ଦେଶମାନେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ବିପଦ ଆଶଙ୍କା ଥିବା ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସଂଗଠନ ପକ୍ଷରୁ ନିଜର ୧୯୪ ସଦସ୍ୟ ରାଷ୍ଟ୍ରମାନଙ୍କୁ କୁହାଯାଇଛି ।

ମୋଟାମୋଟି ଭାବେ କହିଲେ ବିଶ୍ବ ପାଇଁ ଏହି ଭୁତାଣୁ ପ୍ରଜାର ବିପଦ ବେଶ ଉଚ୍ଚ ରହିଛି ବୋଲି ଡବ୍ଲୁଏଚଓ କହିଛି । ଗତ ସପ୍ତାହରେ ସଂଗଠନ କହିଥିଲା ଯେ ଓମିକ୍ରନ ଚିନ୍ତାର କାରଣ ପାଲଟିଛି । ଫଳରେ ଗୋଟିଏ ସପ୍ତାହରେ ହିଁ ନିଜର ସତର୍କତା ସ୍ତରକୁ ବଢାଇଦେଇଛି ଏହି ସଂଗଠନ ।

ସୂଚନାଯୋଗ୍ୟ ଯେ  କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଇତି ମଧ୍ୟରେ ସମଗ୍ର ବିଶ୍ବର ୩୦ ଟି ଦେଶରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇସାରିଲାଣି ।

ସମ୍ବନ୍ଧିତ ଖବର