ନୂଆଦିଲ୍ଲୀ: ଯାତ୍ରା ଇତିହାସ ନ ଥିବା ଲୋକେ ମଧ୍ୟ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇଥିବା ଦେଖାଯାଉଛି। ଏହାର ଅର୍ଥ କ୍ରମଶଃ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଘଟୁଛି ବୋଲି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜୈନ କହିଛନ୍ତି, ଯାତ୍ରା ଇତିହାସ ନ ଥିବା ଲୋକେ ବି ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ଅର୍ଥ ଭୂତାଣୁ କ୍ରମଶଃ ଗୋଷ୍ଠୀସଂକ୍ରମଣ ମୁହାଁ ହେଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲାର ୪୬%ରେ ନବ ଚିହ୍ନିତ ଓମିକ୍ରନ୍ ଭେରିଏଣ୍ଟ୍ ଥିବା କଥା ସଦ୍ୟତମ ‘ଜିନୋମ୍ ସିକ୍ବେନ୍ସିଙ୍ଗ୍ ରିପୋର୍ଟ’ରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/12/OMICD-1-1024x683.jpg)
ବୁଧବାର ଦିନ ଦିଲ୍ଲୀରେ ୯୨୩ଜଣ ସଦ୍ୟ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ‘ୟେଲୋ ଆଲର୍ଟ’ ବଳରେ ସରକାର ଜାରି ଥିବା କଟକଣା ବଳବତ୍ତର ରଖିଥିଲେ ବି ଏହି ସଂକ୍ରମଣ ସଂଖ୍ୟା ମେ ୩୦ ପର ଠାରୁ ସର୍ବାଧିକ ଏବଂ ପୂର୍ବରୁ ହେଉଥିବା ଦୈନିକ ସଂକ୍ରମଣ ଠାରୁ ୮୬% ଅଧିକ।
ଦିଲ୍ଲୀରେ ‘ଜିନୋମ୍ ସିକ୍ବେନ୍ସିଙ୍ଗ୍’ ପାଇଁ ଆସିଥିବା ୧୧୫ଟି ନମୁନାରୁ ୪୬ଟି ନମୁନା ଓମିକ୍ରନ୍ ପଜିଟିଭ୍ ବୋଲି ଜଣାପଡ଼ିଛି। ଉକ୍ତ ୧୧୫ଜଣ ଆକ୍ରାନ୍ତଙ୍କ ଠାରେ କୌଣିସ ଲକ୍ଷଣ ଦେଖାଯାଉ ନ ଥିଲେ ବି, ସତର୍କତାମୂଳକ ପଦକ୍ଷେପସ୍ବରୂପ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ସେ କହିଛନ୍ତି।