ପ୍ୟାରିସ୍‌: ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍‌ସ୍‌ ପ୍ରାୟ ୧,୮୦,୦୦୦ ଆକ୍ରାନ୍ତ ରିପୋର୍ଟ କରିବା ଯୋଗୁଁ ୟୁରୋପରେ କୋଭିଡ୍‌-୧୯ ସଂକ୍ରମଣ ନୂତନ ରେକର୍ଡସ୍ତରରେ ପହଞ୍ଚିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଫ୍ରାନ୍ସ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧,୭୯,୮୦୯ କୋଭିଡ୍‌-୧୯ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ମହାମାରୀ ପ୍ରାରମ୍ଭରୁ ଏହା ହେଉଛି ରେକର୍ଡସଂଖ୍ୟକ ସଂକ୍ରମଣ।

ଆଜି ଫ୍ରାନ୍‌ସ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଅଲିଭର୍‌ ବେରାନ୍‌ ପୂର୍ବାନୁମାନ କରିଛନ୍ତି ଯେ, ସମ୍ଭବତଃ ଡିସେମ୍ବର ଶେଷ ସୁଦ୍ଧା ଦେଶରେ‘ ଓମିକ୍ରନ୍‌ କରୋନାଭାଇରସ୍‌ ଷ୍ଟେନ୍‌’ ସାଧାରଣ ଘଟଣା ହୋଇଯିବ।

publive-image Image Courtesy of Al Jazeera

ସେହି ପରି ସୋମବାର ସୁଦ୍ଧା ଫ୍ରାନ୍ସ୍‌ରେ ୭୭% ଜନତା କୋଭିଡ୍‌-୧୯ ନିରୋଧୀ ଟିକା ନେଇସାରିଛନ୍ତି।

ସେହିପରି, ଇଂଲଣ୍ଡ୍‌ରେ ମଧ୍ୟ ୧,୨୯,୪୭୧ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରିଛି, ଯାହା ଏଯାବତ୍‌ ସେ ଦେଶରେ ଦୈନିକ ସଂକ୍ରମଣସ୍ତରର ରେକର୍ଡ। ଟିକା ନେବା ପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅନୁରୋଧ କରିବା ପରେ ଏତେ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଇଛି।

ଏହାଛଡ଼ା, ଇଟାଲି ମଧ୍ୟ ସଂକ୍ରମଣ ବୃଦ୍ଧି କ୍ଷେତ୍ରରେ ପଛୁଆ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୭୮,୩୦୦ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ଦିନ ସଂକ୍ରମଣ ସଂଖ୍ୟା ଠାରୁ ଏହା ଦୁଇଗଣ।