ଭିଏନା: ୟୁରୋପରେ ‘ଓମିକ୍ରନ୍ ଭେରିଏଣ୍ଟ୍’ର ବିସ୍ତାର ସଂକ୍ରାନ୍ତରେ ସତର୍କବାଣୀ ଶୁଣାଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ସମଗ୍ର ୟୁରୋପ୍ରେ କୋଭିଡ୍ ସଂକ୍ରମଣ ମାମଲାର ଦ୍ରୁତ ସଂକ୍ରମଣ ପରେ ଆସୁଥିବା ‘ତୋଫାନ୍’ ସ୍ବାସ୍ଥ୍ୟ ସେବାକୁ ବିପର୍ଯ୍ୟସ୍ତ କରିପକାଇବ।
ସୂଚନାଯୋଗ୍ୟ, ସମୁଦାୟ କୋଭିଡ୍ ସଂକ୍ରମଣର ୭୩%ରୁ ଅଧିକ ଥିବା ଯୁକ୍ତରାଷ୍ଟ୍ର ଆମେରିକା ସମତେ କେତେକ ଦେଶରେ ‘ଓମିକ୍ରନ ଭେରିଏଣ୍ଟ୍’ ପ୍ରାଧାନ୍ୟ ବିସ୍ତାର କରି ସାରିଲାଣି।
ଭିଏନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୟୁରୋପ ଅଞ୍ଚଳର ନିର୍ଦେଶକ ହାନ୍ସ୍ କ୍ଲଗ୍ କହିଛନ୍ତି, ଆଉ ଗୋଟାଏ ତୋଫାନ ଆସୁଥିବା ଆମେ ଦେଖିପାରୁଛନ୍ତି। ସପ୍ତାହେ ମଧ୍ୟରେ ଏ ଅଞ୍ଚଳର ଆଉ ସବୁ ଦେଶରେ ‘ଓମିକ୍ରନ୍’ ପ୍ରାଧାନ୍ୟ ବିସ୍ତାର କରି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ସ୍ବାସ୍ଥ୍ୟ ସେବାକୁ ଆହୁରି ବିପର୍ଯ୍ୟସ୍ତ କରିପକାଇବ।
/sambad/media/post_attachments/wp-content/uploads/2021/12/europe1.jpg)
ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୟୁରୋପୀୟ ଅଞ୍ଚଳର ୫୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଅନ୍ୟୂନ ୩୮ଟି ରାଷ୍ଟ୍ରରେ ‘ଓମିକ୍ରନ୍ ଭେରିଏଣ୍ଟ୍’ ଚିହ୍ନଟ କରାଯାଇଛି। ସେଥିରୁ ଇଂଲଣ୍ଡ୍, ଡେନ୍ମାର୍କ ଏବଂ ପର୍ତ୍ତୂଗାଲ୍ରେ ‘ଓମିକ୍ରନ୍’ ପ୍ରଧାନ ‘ଭେରିଏଣ୍ଟ୍’ ହୋଇ ସାରିଛି।
କ୍ଲଗ୍ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ଏ ଅଞ୍ଚଳରେ କରୋନାଭାଇରସ୍ ସଂକ୍ରମଣ ହେତୁ ୨୭,୦୦୦ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି ୨.୬ ନିୟୁତ ବ୍ୟକ୍ତି ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି। କେବଳ ‘ଓମିକ୍ରନ୍’ ନୁହେଁ, ଗତ ବର୍ଷର ଏହି ସମୟ ତୁଳନାରେ ଏ ବର୍ଷ ସବୁ ପ୍ରକାର ଭେରିଏଣ୍ଟ୍ଙ୍କ ସଂକ୍ରମଣ ସଂଖ୍ୟା ୪୦% ବୃଦ୍ଧି ପାଇଛି। ଏହି କାରଣରୁ, ବହୁ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ଥିବାରୁ ସ୍ବାସ୍ଥ୍ୟ ସେବାରେ ବ୍ୟାଘାତ ଘଟିବ।