ସଂକ୍ରମଣ ବଢ଼ାଇବା ସହ ନିଜକୁ ବଦଳାଉଛି ଓମିକ୍ରନ, ପୁଣି ଦେଖାଦେଲା ୨ଟି ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ଏବେ ଦୈନିକ ସଂକ୍ରମଣ ୫,୦୦୦ରୁ ଯାଇ ୪୦ହଜାର ପାଖାପାଖି ପହଞ୍ଚିଛି। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୩୩,୭୫୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୨୩ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ କରୋନା ଓ ଓମିକ୍ରନର ଅନେକ ଲକ୍ଷଣ ପାଖାପାଖି ସମାନ ରହିଥିଲେ ବି ଓମିକ୍ରନର ଲକ୍ଷଣ ଡେଲଟାଠାରୁ ସାମାନ୍ୟ ଭିନ୍ନ ରହିଛି। ଏବେ ଓମିକ୍ରନର ଆଉ ୨ଟି ଭିନ୍ନ ଲକ୍ଷଣ ଜଣାପଡିଛି, ଯାହାକୁ ଅଣଦେଖା ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ୫୦% କରୋନା ରୋଗୀ ଜ୍ୱର, କଫ ଏବଂ ସ୍ୱାଦହୀନତା ଅନୁଭବ କରୁଛନ୍ତି। ବର୍ତ୍ତମାନ, ଓମିକ୍ରନ୍‌ର ଅଧିକାଂଶ ରୋଗୀଙ୍କ ମଧ୍ୟରେ ଦୁଇଟି ନୂଆ ଲକ୍ଷଣ ଦେଖିବାକୁ ମିଳୁଛି, ତାହା ହେଉଛି ଭୋକ ନହେବା ଏବଂ ବାନ୍ତି ଲାଗିବା। ଯଦି ଆପଣ ଅନ୍ୟ କିଛି ଲକ୍ଷଣ ସହିତ ଭୋକ ନଲାଗିବା ଭଳି ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ଏବଂ ଏହା ପରେ କୋଭିଡ୍ ପରୀକ୍ଷା କରିନେବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି ।

india

ଦେଶରେ ଏବେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୧,୭୦୦ରେ ପହଞ୍ଚିଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ରେ ପହଞ୍ଚିଛି। ଏହା ସହ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ନୂଆ ୧୦,୮୪୬ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ରହିଛି ୩,୪୨,୯୫,୪୦୭।

ସମ୍ବନ୍ଧିତ ଖବର