ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଛି। ଟିକାକରଣ ପରେ ସଂକ୍ରମଣ କମି ଆସିଥିବାରୁ ଲୋକେ ଟିକେ ଆଶ୍ବସ୍ତ ହୋଇଥିଲେ। ହେଲେ ଏବେ ନୂଆ ଭରିଆଣ୍ଟ ପୁଣି ଲୋକଙ୍କ ଚିନ୍ତା ବଢ଼ାଇଛି। ବୟସ୍କଙ୍କ ମଧ୍ୟରେ ଓମିକ୍ରନ ସେତେ ଅଧିକ ପ୍ରଭାବଶାଳୀ ହେଉନଥିବା ବେଳେ ପିଲାଙ୍କ ଉପରେ ଓମିକ୍ରନ ଅଧିକ ପ୍ରଭାବ ପକାଉଥିବା ଜଣାପଡ଼ିଛି।

Advertisment

दक्षिण अफ्रीका में ओमिक्रॉन वैरिएंट की चपेट में सबसे ज्यादा बच्चे आ रहे हैं aajtak

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଉଥିବା ପିଲାମାନଙ୍କଠାରେ ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ନେଇ ସୂଚନା ମିଳିଛି। ପିଲାମାନଙ୍କଠାରେ ମଧ୍ୟମରୁ ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ବେଳେ ଅମ୍ଲଜାନର ଆବଶ୍ୟକତା ପଡ଼ୁଛି। ଆମେରିକାର ନ୍ୟାସନାଲ ହେଲଥ ସର୍ଭିସ (ଏନଏଚଏସ) ଅନୁଯାୟୀ, କରୋନାର ନୂତନ ପ୍ରକାରର କିଛି ବିଶେଷ ଲକ୍ଷଣ ପିଲାମାନଙ୍କଠାରେ ଦେଖାଯାଉଛି। ଯେପରିକି ଜ୍ୱର, କ୍ରମାଗତ କାଶ (ଏକ ଘଣ୍ଟା ପାଇଁ ନିରନ୍ତର), ଥକାପଣ, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଏବଂ ଭୋକ କମିବା। ଦକ୍ଷିଣ ଆଫ୍ରିକାର ଡାକ୍ତରଖାନାଗୁଡ଼ିକରେ ଯୁବପିଢ଼ି ଏବଂ ଶିଶୁମାନେ ଓମିକ୍ରନ ଦ୍ବାରା ଅଧିକ ଆକ୍ରାନ୍ତ ହେଉଛନ୍ତି। ବିଶେଷକରି ୫ବର୍ଷର ଛୋଟ ପିଲାମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଟିକା ନେଇନଥିବାରୁ ଓମିକ୍ରନ ଦ୍ବାରା ଶିଶୁମ‌ାନେ ଅଧିକ ଆକ୍ରାନ୍ତ ହେଉଥିବା କୁହାଯାଉଛି।