ଜିନିଭା: ବୈଶ୍ବିକ ବିସ୍ତାର ଏବଂ ବିପୁଳ ସଂଖ୍ୟକ ପ୍ରଜାତି ପରିବର୍ତ୍ତନ ସମେତ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ର ନିର୍ଦ୍ଦିଷ୍ଟ କେତେକ ବୈଶିଷ୍ଟ୍ୟ ପ୍ରତିପାଦିତ କରୁଛି ଯେ, ଏହା କୋଭିଡ୍‌-୧୯ ମହାମାରୀ ଧାରା ଉପରେ ବିଶେଷ ପ୍ରଭାବ ପକାଇପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ କହିଛନ୍ତି।

Advertisment

ସମ୍ପ୍ରତି ବିଶ୍ବର ୫୭ଟି ଦେଶ‌କୁ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବ୍ୟାପିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧାନମ୍‌ ଗେବ୍ରେୟେସସ୍‌ ସତର୍କ କରାଇ କହିଛନ୍ତି ଯେ, ଏହା ପୂର୍ବ ଭେରିଏଣ୍ଟ୍‌ଗୁଡ଼ିକ ଠାରୁ ଅଧିକ ଦ୍ରୁତ ବେଗରେ ବ୍ୟାପି ଯାଇ ପାରିବ।

publive-image Image Courtesy of The Siasat Daily

ପୂର୍ବରୁ ବ୍ୟାପିଥିବା ‘ଡେଲ୍ଟା ଭେରିଏଣ୍ଟ୍‌’ ଠାରୁ ଏହାର ଲକ୍ଷଣ ବିଶେଷ ମାରାତ୍ମକ ନୁହେଁ ବୋଲି କେତେକ ପ୍ରମାଣରୁ ଜଣାଡୁଥିଲେ ବି ଏବେ ଠୁ ଉକ୍ତ ପ୍ରମାଣକୁ ଚୂଡ଼ାନ୍ତ ବୋଲି କୁହାଯାଇ ପାରିବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି।

publive-image Image Courtesy of Zee News

‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ‘ହେଲ୍‌ଥ୍‌ ଏମର୍ଜେନ୍ସିଜ୍‌ ପ୍ରୋଗ୍ରାମ’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ମାଇକ୍‌ ରିୟାନ୍‌ କହିଛନ୍ତି, ଭୂତାଣୁର ‘ମ୍ୟୁଟେସନ୍‌’ ବା ଗୁଣସୂତ୍ର-କ୍ରମ ପରିବର୍ତ୍ତନ ସାମାନ୍ୟ ଲକ୍ଷଣ ସୃଷ୍ଟିକାରୀ ହେବ କି, ମାରାତ୍ମକ ହେବ ତାହା ଯୋଗର କଥା। ସମ୍ପ୍ରତି ଏହି କୋଭିଡ୍‌-୧୯ର ଏହି ଭେରିଏଣ୍ଟ୍‌ ଏବେ ବିବର୍ତ୍ତନ ସ୍ତରରେ ରହିଛି, ଏହାର ବୈଶ୍ବିକ ମହାମାରୀୟ ତଥ୍ୟାବଳି ଆସିବା ପରେ ତାହାକୁ ବିଶ୍ଳେଷଣ କରିବାକୁ ଆଉ କିଛି ସପ୍ତାହ ଲାଗିବ।