ଜୋହାନସ୍‌ବର୍ଗ: ଦିନକ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ କୋଭିଡ୍‌-୧୯ ସଂକ୍ରମଣ ପ୍ରାୟ ଦୁଇଗୁଣ ହୋଇଯାଇଥିବା କଥା ବୁଧବାର ଦିନ ରିପୋର୍ଟ ହୋଇଛି। ଗତ ସପ୍ତାହରେ ବୈଜ୍ଞାନିକମାନେ ଗୁଣସୂତ୍ର-କ୍ରମ ବିବର୍ତ୍ତୀତ ‘ଓମାଇକ୍ରନ୍‌ (ଓମିକ୍ରନ୍‌) କରୋନାଭାଇରସ୍‌’ ଚିହ୍ନଟ କରିବାରେ ଦେଶରେ ଆକସ୍ମିକ ଭାବେ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଛି।

Advertisment

ସରକାରୀ ପରିସଂଖ୍ୟାନ ଅନୁସାରେ, ମଙ୍ଗଳବାର ଦିନ ଦେଶରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୪,୩୭୩ ଥିବା ବେଳେ ବୁଧବାର ଦିନ ସଂକ୍ରମିତଙ୍କ ସଂଖ୍ୟା ୮,୫୬୧କୁ ବୃଦ୍ଧି ପାଇଥିଲା।

publive-image Image Courtesy of Medical Xpress

ନୂଆ ‘ଓମିକ୍ରନ୍ ଭେରିଏଣ୍ଟ୍‌’ ଆବିଷ୍କୃତ ହେବା ପରେ କୋଭିଡ୍‌-୧୯ ସଂକ୍ରମଣ ମାମଲାରେ ଦ୍ରୁତ ବୃଦ୍ଧି ଘଟୁଥିବା କଥା ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ଭୂତାଣୁବିତ୍ ଡକ୍ଟର୍‌ ନିକ୍ସି ଗୁମେଡେ-ମୋଏଲେଟ୍ସି ଗଣମାଧ୍ୟମକୁ କହିଛନ୍ତି, ସପ୍ତାହକୁ ସପ୍ତାହ ସଂକ୍ରମଣ ମାମଲା ଦୁଇ ତିନି ଗୁଣ ହେଉଥବା ଆମେ ଦେଖିପାରନ୍ତି। ଦକ୍ଷିଣ ଆଫ୍ରିକାରେ ବ୍ୟାପକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାର ୯ଟି ପ୍ରଦେଶରୁ ୫ଟି ପ୍ରଦେଶରେ ନଭେମ୍ବର ମାସରେ ସଂକ୍ରମିତ ‘ଓମିକ୍ରନ୍ ଭେରିଏଣ୍ଟ୍‌’ ଦେଶର ସମୁଦାୟ ସଂକ୍ରମଣର ୭୪% ବୋଲି ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କମ୍ୟୁନିକେବଲ୍‌ ଡିଜିଜେସ୍‌’ ବୁଧବାର ଦିନ କହିଛି।