ବିଜାପୁର (କର୍ଣ୍ଣାଟକ): ‘ହିଜାବ ପରିହିତା ମହିଳାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା’ ନେଇ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱେସି ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ବୁଧବାର ଦିନ ଓୱେସିଙ୍କୁ କଟାକ୍ଷ କରିଛି।
ମଙ୍ଗଳବାର ଦିନ କର୍ଣ୍ଣାଟକର ବିଜାପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏଆଇଏମଆଇଏମ ସଭାପତି ଓୱେସି କହିଥିଲେ ଯେ ବିଜେପି ଦେଶରୁ ଧର୍ମନିରପେକ୍ଷତାକୁ ଦୂର କରିବାକୁ ଚାହୁଁଛି ଏବଂ ଦେଶରେ ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ବିରୋଧ କରୁଛି। ଏଥିସହ ସେ ଜଣେ ହିଜାବ ପରିହିତା ମହିଳାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଥିବା କହିଥିଲେ।
ଓୱେସିଙ୍କ ଏ ଅଭିଯୋଗର ଉତ୍ତରରେ ବିଜେପିର ଶେହଜାଦ ପୁନାୱାଲା କହିଛନ୍ତି: ‘ଓୱେସି ଜୀ ଆଶା କରୁଛନ୍ତି ଯେ ଜଣେ ହିଜାବ ପିନ୍ଧିଥିବା ଝିଅ ଭାରତର ପ୍ରଧାନମନ୍ତ୍ରୀ ହେବ! ଆଚ୍ଛା, ସମ୍ବିଧାନ ଏଥିପାଇଁ କାହାକୁ ବାରଣ କରେ ନାହିଁ। କିନ୍ତୁ, ଆମକୁ କୁହନ୍ତୁ ଜଣେ ହିଜାବ ପିନ୍ଧିଥିବା ଝିଅ କେବେ ଏଆଇଏମଆଇଏମର ସଭାପତି ହେବ? ଆସନ୍ତୁ ଏହା ସହିତ ଆରମ୍ଭ କରିବା?’...
ସାମ୍ବାଦିକ ସମ୍ମିଳନୀରେ ଓୱେସି ଶିକ୍ଷାନୁଷ୍ଠାନରେ ହିଜାବ ନିଷେଧାଦେଶକୁ ନେଇ ସୁପ୍ରିମକୋର୍ଟର ବିଭାଜିତ ରାୟକୁ ଦର୍ଶାଇଥିଲେ। ସୁପ୍ରିମକୋର୍ଟର ବିଚାରପତି କହିଥିଲେ ଯେ ମୁସଲମାନ ଝିଅମାନେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଯଦି ସେମାନେ ହିଜାବ ପିନ୍ଧି ଅଧ୍ୟୟନ କରିବାକୁ ଚାହାଁନ୍ତି ତେବେ ଏହା ଏକ ସମସ୍ୟା ନୁହେଁ। ଏହା ଏକ ସକରାତ୍ମକ ବିଚାର ବୋଲି ଏଆଇଏମଆଇଏମ ମୁଖ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/asaduddin-owaisi.jpg)