ବେଙ୍ଗାଲୁରୁ: ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଏକ ଲୋକପ୍ରିୟ କ୍ୟାଫେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କଫି-କପ୍ ଦେବାକୁ ମନା କରିବାରୁ କ୍ୟାଫେର ଜଣେ କର୍ମଚାରୀଙ୍କୁ ନିର୍ମମ ଭାବେ ମାଡ଼ ମାରିଛନ୍ତି ଗ୍ରାହକ। ଜାଣିବାକୁ ମିଳିଛି ଯେ କ୍ୟାଫେକୁ ଯାଇଥିବା ଗ୍ରାହକମାନେ କଫି ମଗାଇଥିଲେ। ସେମାନେ କଫି ମଗାଇବା ପରେ କ୍ୟାଫେର ଜଣେ କର୍ମଚାରୀଙ୍କୁ ଡାକି ଏକ ଅତିରିକ୍ତ କପ୍ ବରାଦ କଲେ। ମାତ୍ର କର୍ମଚାରୀ ଜଣକ ଏପରି ନିୟମ ତାଙ୍କ କ୍ୟାଫେରେ ନାହିଁ ବୋଲି କହି ମନା କରିବାରୁ ତାଙ୍କୁ ମାଡ଼ ମାରିଥିଲେ ଗ୍ରାହକ।
କାଫେରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି। ସନ୍ଧ୍ୟା ପ୍ରାୟ ୦୬.୫୦ ସମୟରେ ଶେଷାଦ୍ରିପୁରମର ନମ୍ମା ଫିଲ୍ଟର କଫିରେ ଏହି ଘଟଣା ଘଟିଛି। କଫି କିଣିବା ପରେ କିଛି ପୁରୁଷ ଏକ ଅତିରିକ୍ତ କପ୍ ଦାବି କରିଥିଲେ। ଯେତେବେଳେ କର୍ମଚାରୀ ଜଣକ ସୋମନଙ୍କୁ ଏହା ରେଷ୍ଟୁରାଣ୍ଟ ନୀତି ବିରୋଧୀ ବୋଲି କହିଥିଲେ ଏବଂ ଆଉ ଏକ କପ୍ କଫି କିଣିବାକୁ ପରାମର୍ଶ ଦେଇଥିଲେ, ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ତା’ପରେ ତାଙ୍କ ମୁଣ୍ଡରେ ଆଘାତ ଦିଆଯାଇଥିଲା, ମୁହଁରେ ମୁଥ ମାରିବା ସହ ପେଟରେ ଗୋଇଠା ବି ମାରିଥିଲେ ଆକ୍ରମଣକାରୀ।
ସିସିଟିଭି ଫୁଟେଜ୍ରେ କର୍ମଚାରୀ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି, କିନ୍ତୁ ଶେଷରେ ଗ୍ରାହକ ଗୋଷ୍ଠୀ ଦ୍ୱାରା ତାଙ୍କୁ ତଳେ ପକାଯାଇ ନିସ୍ତୁକ ମାଡ଼ ମାରୁଥିବାର ଦେଖାଯାଇଛି। ଏନେଇ ଶେଷାଦ୍ରିପୁରମ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/03/bb973e1d-5b70-46e0-82c6-f643acc4e5eb-2025-07-03-20-19-58.jpg)