ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ସିଆଚେନ୍ ଗ୍ଲେସିଅର୍ରେ ଅବସ୍ଥାପିତ ସୈନିକମାନଙ୍କୁ ଗରମ ପିଜ୍ଜା ଦିଆ ଯାଇଛି।
ଏ ସଂକ୍ରାନ୍ତରେ ଡୋମିନୋଜ୍ ଟୁଇଟ୍ କରିଛି: ସିଆଚେନ୍ ଠାରେ ନିଯୁକ୍ତ ସାହସୀ ସୈନିକ ଓ ଅଧିକାରୀମାନଙ୍କ ଦେଶ ଲାଗି ଅକ୍ଳାନ୍ତ ସେବା ପ୍ରତି କୃତଜ୍ଞତାର ନମୂନା ସ୍ୱରୂପ ଡୋମିନୋଜ୍ ପିଜ୍ଜା ପରବେଷଣ କରି ଆମେ ସମ୍ମାନିତ ହୋଇଛୁ।
ମାଇକ୍ରୋ-ବ୍ଲଗିଙ୍ଗ୍ରେ ସେୟାର୍ ହୋଇଥିବା ଫଟୋରେ ଦେଖାଯାଉଛି ସୈନିକମାନେ ପିଜ୍ଜା ଲାଗି ଧାଡ଼ି ବାନ୍ଧି ଛନ୍ତି ଓ ଅନ୍ୟମାନେ ଖାଉ ଛନ୍ତି।
ପୂର୍ବରୁ ଡୋମିନୋଜ୍ ଟୁଇଟ୍ କରିଥିଲା କି, ୨୦, ୦୦୦ ଫୁଟ୍ ଉଚ୍ଚରେ ଖୁସି ଓ ଗରମ ପିଜ୍ଜା ପରିବେଷଣ କରିବାକୁ ତାଙ୍କର ଏକ ଟିମ୍ ଯାଉଛି।
ଏଥିପାଇଁ ଡୋମିନୋଜ୍କୁ ଟୁଇଟର୍ ବ୍ୟବହାରକାରୀମାନେ ଢେର୍ ପ୍ରଶଂସା କରି ଛନ୍ତି।
ଜଣେ ଟୁଇଟର୍ ବ୍ୟବହାରକାରୀଙ୍କୁ ଡୋମିନୋଜ୍ ଉତ୍ତର ଦେଇଛନ୍ତି: ହୃଦୟ ଦେଇ ଆମର ସେବା କରୁଥିବା ସୈନିକମାନଙ୍କ ସେବା କରି ଆମେ ଆନନ୍ଦିତ।