ନୂଆଦିଲ୍ଲୀ: ଆଜି ଲଦାଖର ଉପରାଜ୍ୟପାଳ ଆର୍କେ ମାଥୁର ଖଦି କପଡ଼ାରେ ନିର୍ମିତ ବିଶ୍ବର ବୃହତ୍ତମ ଜାତୀୟ ପତାକା (ତ୍ରିରଙ୍ଗା) ଉଦ୍ଘାଟନ କରିଛନ୍ତି।
ଖଦିର ପ୍ରସାର ପାଇଁ ଉଦ୍ୟମ କରିଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଲଦାଖର ରାଜଧାନୀ ନଗରୀ ଲେହ୍ରେ ଉନ୍ମୋଚିତ ହୋଇଥିବା ଏହି ପତାକାର ଲମ୍ବ ୨୨୫ ଫୁଟ୍, ପ୍ରସ୍ଥ ୧୫୦ ଫୁଟ୍ ଏବଂ ଓଜନ ୧୦୦୦ କିଲୋଗ୍ରାମ୍ ବୋଲି ରାଷ୍ଟ୍ରାୟତ ‘ଦୂରଦର୍ଶନ’ ରିପୋର୍ଟ କରିଛି। ‘ଦୂରଦର୍ଶନ’ ଏହି ଉଦ୍ଘାଟନୀ ଉତ୍ସବର ପ୍ରସାରଣ କରିଛି।
ଦୁଇଦିନିଆ ଲଦାଖ ଗସ୍ତରେ ଥିବା ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ବରିଷ୍ଠ ସେନା ଅଧିକାରୀମାନଙ୍କ ସହ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Image Courtesy of Daily Excelsiorଏହି ଉଦ୍ଘାଟନୀ ଉତ୍ସବକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବୀୟ ଭାରତ ପାଇଁ ବଡ଼ ଗୌରବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଗାନ୍ଧୀଜୀଙ୍କ ଜୟନ୍ତୀରେ, ଲଦାଖର ଲେହ୍ରେ ବିଶ୍ବର ବୃହତ୍ତମ ଖଦି ତ୍ରିରଙ୍ଗା ଉନ୍ମୋଚିତ ହେଲା। ବାପୁଙ୍କ ସ୍ମୃତି, ଭାରତୀୟ କାରିଗର ଏବଂ ଜାତିକୁ ସମ୍ମାନ ଦେଉଥିବା ଏହି ଉତ୍ସବକୁ ମୁଁ ଅଭିବାଦନ ଜଣାଉଛି।
Image Courtesy of Daily Excelsiorସୂଚନାଯୋଗ୍ୟ, ଭାତର ଓ ସମଗ୍ର ବିଶ୍ବରେ ମହାତ୍ମା ଗାନ୍ଧୀ ନାମରେ ସୁପରିଚିତ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଆଜି ହେଉଛି ୧୫୨ତମ ଜନ୍ମ ଦିବସ। ଗୁଜରାଟର ପୋରବନ୍ଦରରେ ୧୮୬୯ ମସିହା ଅକ୍ଟୋବର ୨ ତାରିଖ ଦିନ ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀ ଜନ୍ମ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/National-Flag-of-Khadi-in-Leh_Thumbnail.jpg)