ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ୫୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ‘ଦେଶ ପ୍ରତି ତାଙ୍କର ଅବଦାନ’ ସମ୍ପର୍କରେ ସ୍ମୃତି ଚାରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ଶ୍ରାଦ୍ଧବାର୍ଷିକରେ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି। ଆମ ଜାତି ପ୍ରତି ତାଙ୍କର ଅବଦାନକୁ ଆମେ ସ୍ମରଣ କରୁଛୁ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନ୍ସାରି, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ଦିଲ୍ଲୀସ୍ଥିତ ଶାନ୍ତିବନ ଯାଇ ପଣ୍ଡିତ ନେହେରୁଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
/sambad/media/post_attachments/wp-content/uploads/2019/05/sr-300x233.jpg)
ଦିବଂଗତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ମଧ୍ୟରେ ଥିଲେ, ଉତ୍ତର ପ୍ରଦେଶର ରାଜ୍ୟପାଳ ମୋତିଲାଲ୍ ଭୋରା, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଗୁଲାମ ନବି ଆଜାଦ।
ସ୍ମାରକୀ ପରିସରରେ ଏକ ସର୍ବଧର୍ମ ସଭା ଆୟୋଜିତ ହୋଇଥିଲା।
୧୯୬୪ ମସିହା ମେ ୨୭ ତାରିଖ ଦିନ ନେହେରୁଙ୍କର ମହାପ୍ରାୟାଣ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/nehru.jpg)