ଜୁଲାଇ ୨୭ରେ ବାୟୁସେନାକୁ ମିଳିବ ୬ଟି ରା‌ଫେଲ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଫ୍ରାନ୍ସରୁ ଖୁବ୍‌ ଶୀଘ୍ର ରାଫେଲ୍‌ ଯୁଦ୍ଧ ବିମାନ ମିଳିବାକୁ ଯାଉଛି। ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ଅନୁରୋଧ କ୍ରମେ ଫ୍ରାନ୍ସ ଭାରତକୁ ଖୁବ୍‌ଶୀଘ୍ର ରାଫେଲ୍‌ ଯୁଦ୍ଧବିମାନ ପଠାଇବା କାର୍ଯ୍ୟ ତ୍ବରାନ୍ବିତ କରିଦେଇଛି। ଆସନ୍ତା ଜୁଲାଇ ୨୭ ତାରିଖରେ ଅମ୍ବାଲାରେ ୬ ରାଫେଲ୍‌ ଯୁଦ୍ଧ ବିମାନ ପହଞ୍ଚିବ ବୋଲି ଜଣାପଡ଼ିଛି। ତେବେ ପୂର୍ବରୁ ଏହି ସମୟ ମଧ୍ୟରେ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪ଟି ରାଫେଲ୍‌ ଯୁଦ୍ଧ ବିମାନ ମିଳିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ୬ଟି ଯୁଦ୍ଧ ବିମାନ ପଠାଇବା ପାଇଁ କାର୍ଯ୍ୟ ତ୍ବରାନ୍ବିତ କରିଛି । ଉଲ୍ଲେଖଯୋଗ୍ୟ ଭାରତ ଫ୍ରାନ୍ସଠାରୁ ୫୯ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ କରିଛି। ‌ତେବେ ଏଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଭାରତ ୬ଟି ପାଇବ। ୨୦୨୨ ସୁଦ୍ଧା ଭାରତକୁ ସମସ୍ତ ରାଫେଲ୍‌ ଯୁଦ୍ଧବିମାନ ମିଳିବ। ଭାରତ ଓ ଚୀନ୍ ମଧ୍ୟରେ ‌ଏବେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତକୁ ରାଫେଲ ବିମାନ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର