କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ସେନାମୁଖ୍ୟ ବିପିନ ରାଓ୍ଵତ୍‌; ଦ୍ୱିତୀୟ ଥର ଭାରତ ସହ ଯୁଦ୍ଧ କରିବା ପୂର୍ବରୁ ଭଲ କରି ଭାବିନେବ

ନୂଆଦିଲ୍ଲୀ : ଆଜି ଭାରତର ଲୋକେ କାର୍ଗିଲ ବିଜୟ ଦିବସ ପାଳନ କରୁଥିବା ବେଳେ ୨୦ବର୍ଷ ପୁରୁଣା ଦିନକୁ ମନେ ପକାଇଛନ୍ତି । ଦେଶ ପାଇଁ ସହିଦ୍‌ ହୋଇଥିବା ଯବାନ ଓ ଶତ୍ରୁକ ହରାଇ ହିରୋ ପାଲଟିଥିବା ଯବାନଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏ ମଧ୍ୟରେ ଭାରତ ସହ ଦ୍ୱିତୀୟ ଥର ଯୁଦ୍ଧ କରିବାକୁ ଚିନ୍ତା କରିବ ନାହିଁ ବୋଲି ପାକିସ୍ତାନକୁ ଚେତାଇ ଦେଇଛନ୍ତି ଭାରତର ସେନାମୁଖ୍ୟ ବିପିନ ରାଓ୍ଵତ୍‌ ।

Zee News

କାର୍ଗିଲ ଯୁଦ୍ଧକୁ ଆଜି ୨୦ବର୍ଷ ପୁରିଥିବା ବେଳେ, ପାକିସ୍ତାନକୁ ଉପଦେଶ ଦେଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ଵତ୍‌ । ବଡ଼ ବଡ଼ ଭୁଲକୁ କେବେ ହେଲେ ଦ୍ୱିତୀୟ ଥର କରାଯାଏ ନାହିଁ । ପ୍ରଥମ ଭୁଲରୁ ହିଁ ଶିଖିଯିବା ଦରକାର । ଭାରତର ସହ ପୁଣି ଥରେ ଯୁଦ୍ଧ କରିବା ପାଇଁ ଚିନ୍ତା କର ନାହିଁ । କାରଣ ଏଥର ପରିସ୍ଥିତି ପୂର୍ବଠାରୁ ଭୟାବହ ହେବ ବୋଲି କହିଥିଲେ ସେନାମୁଖ୍ୟ ବିପିନ ରାଓ୍ଵତ୍‌ । ଏହା ସହ ଭାରତୀୟ ସେନା ଯବାନମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରର ଆଧୁନୀକରଣ କରିବା ବିଷୟରେ ମଧ୍ୟ ସେ କଥା ହୋଇଥିଲେ । ୨୦୨୦ ମଧ୍ୟରେ ଭାରତୀୟ ସେନାରେ ଅନେକ ଆଧୁନୀକ ଅସ୍ତ୍ରଶସ୍ତ୍ରକୁ ସାମିଲ କରାଯିବ ବୋଲି ସେ ଜଣାଇଥିଲେ ।

ସମ୍ବନ୍ଧିତ ଖବର