କାର୍ଗିଲ୍‌ ବିଜୟ ଦିବସରେ ୧୯୯୯ କାର୍ଗିଲ୍‌ ଗସ୍ତର ଫଟୋ ସେୟାର୍‌ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ କାର୍ଗିଲ୍‌ ବିଜୟ ଦିବସର ୨୦ତମ ବାର୍ଷିକୀ ପାଳନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯୯୯ ମସିହାରେ କରିଥିବା କାର୍ଗିଲ୍‌ ଗସ୍ତକାଳୀନ କେତେକ ଫଟୋ ଟୁଇଟ୍‌ କରିଛନ୍ତି।

ଟୁଇଟ୍‌ କରି ମୋଦୀ ଲେଖିଛନ୍ତି: ୧୯୯୯ କାର୍ଗିଲ୍‌ ଯୁଦ୍ଧ ସମୟରେ କାର୍ଗିଲ୍‌ ଯିବାକୁ ସୁଯୋଗ ପାଇ ଆମ ସାହସୀ ସୈନିକମାନଙ୍କ ସହ ଶୋକ ବ୍ୟକ୍ତ କରିଥିଲି। ସେତେବେଳେ ମୁଁ ଆମ ଦଳ ସକାଶ ଜମ୍ମୁ ଓ କଶ୍ମୀର ଏବଂ ହିମାଚଳ ପ୍ରଦେଶରେ କାମ କରୁଥିଲି। କାର୍ଗିଲ୍‌ ଗସ୍ତ ଓ ସୈନିକମାନଙ୍କ ସହ ଭାବବିନିମୟ ଅବିସ୍ମରଣୀୟ।

ସମ୍ବନ୍ଧିତ ଖବର