ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବାହ୍ୟ ମଳମୁକ୍ତ ଦେଶ ବୋଲି ଘୋଷଣା କରିବେ।
ଏହା ପରେ ପ୍ରଧାନମନ୍ତ୍ରୀ ୨୦, ୦୦୦ରୁ ଊର୍ଦ୍ଧ୍ୱ ସରପଞ୍ଚଙ୍କ ସମାବେଶରେ ଉଦ୍ବୋଧନ ଦେବେ।
ପୂର୍ବରୁ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ କହିଥିଲେ ଯେ ସମାବେଶରେ ଏକତ୍ର ହେବାକୁ ଥିବା ପ୍ରାୟ ଅର୍ଦ୍ଧାଧିକ ସରପଞ୍ଚ ଗୁଜରାଟର ଓ ବାକି ଅନ୍ୟ ରାଜ୍ୟମାନଙ୍କର। ଦେଶକୁ ବାହ୍ୟ ମଳମୁକ୍ତ କରାଯାଇ ସ୍ୱଚ୍ଛତା ଅଭିଯାନର ପ୍ରଥମ ଚରଣ ହାସଲ କରାଯାଇଛି। ଅକ୍ଟୋବର ୨ ତାରିଖ ଦିନ ଅହମଦାବାଦରେ ଜାତୀୟ ସରପଞ୍ଚ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ କଥା ଘୋଷଣା କରିବେ।
ସନ୍ଧ୍ୟା ପ୍ରାୟ ୬ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ। ତା’ପରେ ସେ ସାବରମତୀ ଆଶ୍ରମ ଅଭିମୁଖେ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଠାରୁ ପ୍ରଧାନମନ୍ତ୍ରୀ ସାବରମତୀ ରିଭର୍ଫ୍ରଣ୍ଟ୍ ଯାଇ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ଓ ଦେଶ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରିବେ।