ସାଧାରଣତନ୍ତ୍ର ଦିବସ ଅବସରରେ ୨୭ ଆସିଆନ ଖବରକାଗଜରେ ପ୍ରକାଶ ପାଇଛି ମୋଦିଙ୍କ ଲେଖା

ନୂଆଦିଲ୍ଲୀ: ଆଜି ସକାଳେ ୧୦ଟି ଆସିଆନ ଦେଶର ନାଗରିକମାନେ ଖବରକାଗଜରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେଖା ପଢ଼ିଛନ୍ତି। ସେ ଦେଶର ମୁଖ୍ୟମାନେ ଭାରତର ଅନ୍ୟତମ ଜାତୀୟ ଉତ୍ସବରେ ଯୋଗଦେବା ଏକ ‘ଐତିହାସିକ ମାଇଲ୍‌ସ୍ତମ୍ଭ’ ବୋଲି ଉଲ୍ଲେଖ ରହିଛି ସେ ଲେଖାରେ।

ସମୁଦାୟ ୨୭ଟି ଖବରକାଗଜ ଓ ୧୦ଟି ଭାଷାରେ ପ୍ରକାଶ ପାଇଛି ସମ୍ପାଦକୀୟର ସାମ୍ନା ପୃଷ୍ଠାରେ ପ୍ରକାଶ ପାଇଛି ମୋଦିଙ୍କର ଏହି ଆଲେଖ୍ୟ। ଏଥିରେ ମୋଦି, ଭାତର-ଆସିଆନ ଦେଶମାନଙ୍କ ସହଯୋଗୀତା କଥା ଆଲୋଚନା କରି କହିଛନ୍ତି କି, ୧. ୯ କୋଟି ଲୋକ ଅର୍ଥାତ୍‌ ବିଶ୍ୱର ଏକ ଚତୁର୍ଥାଂଶ ମାନବଜାତି ପ୍ରତି ସେମାନଙ୍କ ପ୍ରତିଶ୍ରୁତି।

୨୭ଟି ଖବରକାଗଜରେ ପ୍ରକାଶିତ ଲେଖା ମଧ୍ୟରୁ ସିଙ୍ଗାପୁରର ଦୈନିକ ଇଂରାଜି ଖବରକାଗଜ ‘ଦି ଷ୍ଟ୍ରେଟ୍ସ୍‌ ଟାଇମ୍‌ସ୍‌’ ପ୍ରକାଶିତ ଲେଖାର ଏକ ଲିଙ୍କ୍‌ ଟୁଇଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର