ଗୋଟିଏ ଦିନରେ ଓଡ଼ିଶା ପରେ କେରଳ ସରକାରଙ୍କ ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶାର ବଲାଙ୍ଗିର ଗସ୍ତ କରି ସେଠାରେ ବହୁ ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ  କରିବା ପରେ କେରଳ ଗସ୍ତ କରିଛନ୍ତି।

ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସରକାରଙ୍କୁ ତୀବ୍ର ଆଲୋଚନା କରିଥିଲେ। ସେ ଅଭିଯୋଗ ଆଣି କହିଥିଲେ କି ରାଜ୍ୟର ବିକାଶ ଲାଗି କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର ବିକାଶ କ୍ଷେତ୍ରରେ ବ୍ୟୟ କରୁନାହାନ୍ତି। ରାଜ୍ୟ ସରକାର କ’ଣ ଶୋଇ ରହିଛନ୍ତି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଜରିଆରେ ପ୍ରଶ୍ନ କରିଥିଲେ।

ଖାଲି ଓଡ଼ିଶା ସରକାର ନୁହେଁ, ସମାନ ଦିନରେ କେରଳ ସରକାରଙ୍କ ଉପରେ ବି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରୁ ଫେରିବା ପରେ ମୋଦି କେରଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ କେରଳ ସରକାରଙ୍କୁ ସମାଲୋଚନା କରି ସାବରିମାଲା ପାଇଁ ରାଜ୍ୟରେ ଉପୁଜୁଥିବା ଅଶାନ୍ତି ପାଇଁ ସରକାର ହିଁ ଦାୟୀ ବୋଲି କହିଛନ୍ତି।

ଗତ କିଛି ମାସ ହେଲା ପୂରା ଦେଶ ସାବରିମାଲା ବିଷୟରେ ଚର୍ଚ୍ଚା ହେଉଛି। ସାବରିମାଲା ପ୍ରସଂଗରେ କେରଳ ସରକାରଙ୍କ ଆଚରଣ ଇତିହାସରେ ଏକ ଲଜ୍ଜାକର ଆଚରଣ ଭାବେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦି କେରଳର କୋଲମଠାରେ ଏକ ରାଲିରେ ଯୋଗଦେଇ  କହିଛନ୍ତି।

ସମ୍ବନ୍ଧିତ ଖବର