ଦେଶର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ରେ ମିଳିବ ଏହିସବୁ ସୁବିଧା, ଯାହା ପୂର୍ବରୁ କୌଣସି ଟ୍ରେନରେ ଦିଆଯାଇ ନାହିଁ

ନୂଆଦିଲ୍ଲୀ: ଭାରତରର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଚଳାଚଳ କରିବ। ଏହି ଟ୍ରେନରେ ଏଭଳି ସୁବିଧା ଦିଆଯିବା ପାଇଁ ଯୋଜନା ହେଉଛି, ଯାହାକି ପୂର୍ବରୁ କୌଣସି ଟ୍ରେନରେ ଦିଆଯାଇ ନାହିଁ । ଭାରତର ଅନ୍ୟତମ ଦ୍ରୁତ ଟ୍ରେନ ତେଜସ ଏକ୍ସପ୍ରେସରେ ପାଣି ବୋତଲ ସହିତ ଆରଓ ସୁବିଧା ଦିଆଯିବ । ପ୍ରତି ବଗିରେ ଜଣେ ଯାତ୍ରୀଙ୍କୁ ମାତ୍ର ଗୋଟିଏ ପାଣି ବୋତଲ ଦିଆଯିବ ବୋଲି ଜଣାଯାଇଛି। ଆଇଆରସିଟିସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଯାତ୍ରୀମାନଙ୍କୁ ପାଣି ବୋତଲ ଦିଆଯିବ । ଏଥି ସହିତ ପ୍ରତ୍ୟେକ କୋଚରେ ଆରଓ ପାଣିର ସୁବିଧା କରାଯିବ । ଏଥିରୁ ପାଣି ପ୍ୟାକିଂ କରାଯାଇପାରିବ ।

ଟ୍ରେନର କିଛି ସ୍ଥାନରେ ଆରଓ ପାଣି ବ୍ୟବସ୍ଥା କରିବାକୁ କମ୍ପାନି ଚିନ୍ତା କରୁଛି । ଦିଲ୍ଲୀ-ଲକ୍ଷ୍ନୌ ଓ ମୁମ୍ବାଇ-ଅହମ୍ମଦାବାଦ ତେଜସ ଏକ୍ସପ୍ରେସରେ ଆଇଆରସିଟିସି ଦ୍ୱାରା ପରିଚାଳନା କରାଯିବାକୁ ଥିବା ଟ୍ରେନରେ ପ୍ରଥମେ ଏହି ସୁବିଧା ମିଳିପାରେ । ଏଥି ସହିତ କିଛି ସ୍ୱତନ୍ତ୍ର ଟ୍ରେନରେ ଘରୋଇ ଅପରେଟରଙ୍କୁ ମଧ୍ୟ ଏହି ଦାୟିତ୍ୱ ଦେବାକୁ ଭାରତୀୟ ରେଳବାଇ ଚିନ୍ତା କରୁଛି ।

निजी प्रबंधन से यात्रियों को मिलेंगी अधिक सुविधा
image source-oneindia

ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା ନିଃଶୁଳ୍କ ଯାତ୍ରା ବୀମା ଦିଆଯିବ । ଏହା ଛଡ଼ା ଯାତ୍ରୀଙ୍କ ନିକଟରେ ଥିବା ଲଗେଜ୍ ଘରୁ ଷ୍ଟେସନ ପର୍ଯ୍ୟନ୍ତ ଓ ଷ୍ଟେସନରୁ ଘର ପର୍ଯ୍ୟନ୍ତ ନେବା ପାଇଁ ବିକଳ୍ପ ବ୍ୟବସ୍ଥା ରହିବ । ଏଥିପାଇଁ ଅବଶ୍ୟ ନିର୍ଦ୍ଧାରିତ ଅର୍ଥ ପଇଠ କରିବାକୁ ପଡିବ ।

ସମ୍ବନ୍ଧିତ ଖବର