ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ଏହି ସବୁ ନେତା

ନୂଆଦିଲ୍ଳୀ: ଦେଶ ଆଜି ଏହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ସମଗ୍ର ଦେଶ ଉତ୍ସବର ପରିବେଶରେ ବୁଡି ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଭାରତ ତଥା ବିଦେଶର ବହୁ ନେତା ପର୍ଯ୍ୟନ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ପରିସ୍ଥିତିରେ ଦେଶର ଅନେକ ବିରୋଧୀଦଳ ନେତା ମଧ୍ୟ ଏକ ସ୍ୱତନ୍ତ୍ର ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତୁ ଦେଖିବା ବିରୋଧୀଦଳର ନେତାମାନେ କିପରି ସୋସିଆଲ ମିଡିଆରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

କଂଗ୍ରେସର ସଭାପତି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘‘ପ୍ରାଚୀନ ଭାରତୀୟ ସଭ୍ୟତାରେ ଥିବା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ମୂଲ୍ୟବୋଧ ଉପରେ ଭାରତର ସମ୍ବିଧାନ ଆଧାରିତ।’’

 

ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘‘ସମ୍ବିଧାନର ମୌଳିକ ନୀତିଗୁଡିକର ସୁରକ୍ଷା ଏବଂ ସେମାନଙ୍କ ପ୍ରତି ବିଶ୍ୱସ୍ତତା ହେଉଛି ଅମର ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି।’’

ଗଣତନ୍ତ୍ର ଦିବସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଗଣତନ୍ତ୍ର ଦିବସକୁ ନେଇ ଅଭିନନ୍ଦନ ଜଣାଇ ଆରଜେଡି ନେତା ତେଜସ୍ୱୀ ଯାଦବ ଲେଖିଛନ୍ତି , ‘‘ଦେଶବାସୀଙ୍କୁ ଶୁଭ ଗଣତନ୍ତ୍ର ଦିବସ।’’

 

ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲେଖିଛନ୍ତି, ‘‘ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଆମର ସମ୍ବିଧାନର ସୁରକ୍ଷା ତଥା ଆମର ମହାନ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଶପଥ ଗ୍ରହଣ କରିବା।’’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର