ନୂଆଦିଲ୍ଲୀ : ଗତକାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନେକ ବଡ଼ ବଡ଼ ନେତା, କଳାକାର ଏବଂ ବ୍ୟବସାୟୀମାନେ ସମାରୋହରେ ଯୋଗ ଦେଇଥିଲେ । ତେବେ ୬,୫୦୦ଅତିଥିଙ୍କ ମଧ୍ୟରେ ଦୁଇ ସାଂସଦଙ୍କ ଏଣ୍ଟ୍ରି ସମସ୍ତଙ୍କଠାରୁ ଭିନ୍ନ ଥିଲା । ସମସ୍ତେ ଦାମୀ କାର ନେଇ ଆସୁଥିବା ବେଳେ ଗୁଜୁରାଟ ଏବଂ ରାଜସ୍ଥାନର ଦୁଇ ବିଜେପି ସାଂସଦ ସାଇକେଲରେ ଏଣ୍ଟ୍ରି ମାରିଥିଲେ। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ScoopWhoopଗୁଜୁରାଟର ବିଜେପି ସାଂସଦ ମନ୍ସୁଖ୍ ଏନ୍ ମଣ୍ଡାଭିଆ ସାଇକେଲରେ ପ୍ରବେଶ କରିଥିବା ବେଳେ ଗତ ୫ବର୍ଷ ହେଲାଣି ସେ ସାଇକେଲ ନେଇ ଲୋକସଭା ଯାଉଥିବା ଜଣା ପଡ଼ିଛି । ତାଙ୍କୁ ସାଇକେଲ ଚଳାଇବା ପସନ୍ଦ ଥିବା ବେଳେ ଏହା ମୋ ପାଇଁ ଫ୍ୟାଶନ ନୁହେଁ ଏହା ମୋର ପସନ୍ଦ ବୋଲି କହିଛନ୍ତି ମନ୍ସୁଖ୍ ଏନ୍ ମଣ୍ଡାଭିଆ । ଅନ୍ୟ ପକ୍ଷରେ, ରାଜସ୍ଥାନର ବିକାନେରରୁ ସାଂସଦ ଥିବା ଅର୍ଜୁନ ରାମ ମେଘଓ୍ଵାଲ ମଧ୍ୟ ସାଇକେଲ ଚଳାଇ ଶପଥ ଗ୍ରହଣ ସମରୋହରେ ପହଞ୍ଚିଥିବା ଦେଖା ଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/two_bjp_mps_rode_a_bicycle_for_swearingin_ceremony_at_rashtrapati_bhawan_amid_flock_of_luxury_cars_1559285989_725x725.jpg)