ନୂଆଦିଲ୍ଲୀ: ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜତୀୟ ମହିଳା ଦିବସ। ଏହି ଦିବସକୁ ଭାରତୀୟ ସରକାର ଏକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ମହିଳା ଦିବସ ଅବସରେ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ପରିବେଶ ଅନୁକୂଳ ସାନିଟାରି ପ୍ୟାଡ୍ ବଜାରକୁ ଛାଡ଼ିଛନ୍ତି। ଏହି ପ୍ୟାଡ୍ ଖଣ୍ଡକର ଦର ରହିଛି ଅଢ଼େଇ ଟଙ୍କା। ଏହା ଦେଶର ୫୮୬ ଜିଲ୍ଲାରେ ଉପଲବ୍ଧ ହେବ। ସରକାରଙ୍କ ଜନ ଔଷଧୀ କେନ୍ଦ୍ର ଜରିଆରେ ଏହା ବିଭିନ୍ନ ଅଞ୍ଚଳରେ ପହଞ୍ଚିବ।
ଉଲ୍ଳେଖଯୋଗ୍ୟ, ଗୋଟାଏ ଖଣ୍ଡ ପ୍ୟାଡ୍ର ଦର ସାଧାରଣତଃ ୮ ଟଙ୍କା ରହିଥିବା ବେଳେ ମାତ୍ର ଅଢେଇ ଟଙ୍କାରେ ପ୍ୟାଡ୍ ଉପଲବ୍ଧ ହେବା ଦ୍ୱାରା ଅନେକ ମହିଳା ଉପକୃତ ହେବେ। ପ୍ରଥମ ଥର ପାଇଁ ଦେଶରେ ପରିବେଶ ଅନୁକୂଳ ସାନିଟାରି ନାପ୍କିନ୍ ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ମତ ରଖିଛନ୍ତି। ସରକାର ବଜାରକୁ ଛାଡ଼ିଥିବା ଏହି ପ୍ୟାଡ୍ର ନାମ ହେଉଛି ‘ସୁବିଧା ପ୍ୟାଡ୍’।
/sambad/media/post_attachments/wp-content/uploads/2018/03/government_launches_biodegradable_sanitary_pads_suvidha_1520508604_725x725-300x250.jpg)
ସୂଚନା ମୁତାବକ, ୨୦୧୫-୧୬ ମସିହାରେ ୧୫ରୁ ୨୪ ବର୍ଷ ମଧ୍ୟରେ ଥିବା ମହିଳାଙ୍କୁ ନେଇ ହୋଇଥିବା ସର୍ଭେରୁ ଜାଣିବାକୁ ମିଳିଛି ଯେ ୫୮ ପ୍ରତିଶତ ମହିଳା ଆଞ୍ଚଳିକ ବଜାରରେ ତିଆରି ହୋଇ ବିକ୍ରି ହେଉଥିବା ପ୍ୟାଡ୍ ବ୍ୟବହାର କରିଥାନ୍ତି। ସହରରେ ରହୁଥିବା ୭୮ ପ୍ରତିଶତ ମହିଳା ମାସିକଧର୍ମ ସମୟରେ ସୁରକ୍ଷିତ ନାପନ୍କିନ୍ ବ୍ୟବହାର କରିଥାନ୍ତି। ଏହି ‘ସୁବିଧା ପ୍ୟାଡ୍’ ମୁଖ୍ୟତ ଗ୍ରାମାଞ୍ଚଳ ମହିଳାଙ୍କର ଖୁବ୍ କାମରେ ଆସିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/government_launches_biodegradable_sanitary_pads_suvidha_1520508540_725x725.jpg)