ଥରେ ଚାର୍ଜ କଲେ ଏହି କାର ଯିବ ୮୩୨ କିଲୋମିଟର

କାଲିଫର୍ଣ୍ଣିଆ : ଖୁବଶୀଘ୍ର ବଜାରକୁ ଏକ ନୂଆ ଇଲେକ୍ଟ୍ରିକ୍ କାର ଆସୁଛି | ଏହି କାରଟି କାଲିଫର୍ଣ୍ଣିଆର ଷ୍ଟାର୍ଟଅପ୍ କମ୍ପାନୀ ଲୁସିଡ ମୋଟର୍ସ ନିର୍ମାଣ କରିଛି | ଏହାର ନାମ ହେଉଛି ଏୟାର ଇଲେକ୍ଟ୍ରିକ୍ ସେଡାନ୍ | ରିପୋର୍ଟ ଅନୁଯାୟୀ, ଲୁସିଡ ମୋଟର୍ସର ଏହି କାର ଥରେ ପୂର୍ଣ୍ଣ ଚାର୍ଜରେ ୫୧୭ ମାଇଲ (ପ୍ରାୟ ୮୩୨ କିଲୋମିଟର) ଚାଲିଥାଏ।

ଏହି କାରର ବିକ୍ରି ୨୦୨୧ରେ ଆରମ୍ଭ ହେବ | କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଏହି କାର୍ ୯ ସେପ୍ଟେମ୍ବର ୨୦୨୦ ରେ ଲଂଚ ହେବ। କମ୍ପାନୀ କହିଛି ଯେ ଲୁସିଡ୍ ଏୟାର ଇଲେକ୍ଟ୍ରିକ୍ କାର୍ ୨.୫ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୧୦୦ କିଲୋମିଟର ବେଗରେ ଗତି କରେ | ଆହୁରି ମଧ୍ୟ, ଏହାର ସର୍ବୋଚ୍ଚ ଗତି ଘଣ୍ଟା ପ୍ରତି ୨୦୦ ମାଇଲ୍ ଅତିକ୍ରମ କରେ |

photo-techcrunch

ସମ୍ପ୍ରତି ସର୍ବୋଚ୍ଚ ଇଲେକ୍ଟ୍ରିକ ରେଞ୍ଜ୍ କାର ହେଉଛି ଟେସଲାର ମଡେଲ୍ ଏସ୍, ଯାହା ଗୋଟିଏ ଚାର୍ଜରେ ୪୦୦ ମାଇଲ୍ (ପ୍ରାୟ ୬୪୦ କିଲୋମିଟର) ଚାଲିଥାଏ | ଟେସଲା ମଡେଲ୍ ଏସ୍ ସେଡାନର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଲୁସିଡ୍ ସିଇଓ ରାୱଲିନ୍ସନ୍ କହିଛନ୍ତି ଯେ ଏବେ କାରର ମୂଲ୍ୟ ସ୍ଥିର ହୋଇ ନଥିବାବେଳେ ଖୁବ ଶୀଘ୍ର ଘୋଷଣା କରାଯିବ । ଦିନକୁ ଦିନ ଇଲେକ୍ଟ୍ରିକ କାରର ଚାହିଦା ବଢୁଥିବାବେଳେ ଏହା ଗ୍ରାହକଙ୍କୁ କେତେ ପସନ୍ଦ ଆସୁଛି ତାହା ତ ସମୟ ହିଁ କହିବ |

ସମ୍ବନ୍ଧିତ ଖବର