ବର୍ଷରେ ଗୋଟିଏ ଥର ହେବ ନିଟ୍‌:ଅନ୍‌ ଲାଇନ ପରୀକ୍ଷା ହେବନାହିଁ

ନୂଆଦିଲ୍ଲୀ: ମେଡିକାଲ କଲେଜରେ ଦାଖିଲ ନେବାପାଇଁ ହେଉଥିବା ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ବର୍ଷରେ ଗୋଟିଏ ଥର ହିଁ ହେବ। ପୂର୍ବ ଭଳି ପେନ୍‌୍‌-ପେପର୍‌ ମାଧ୍ୟମରେ ହିଁ ପରୀକ୍ଷା କରାଯିବ ଏବଂ ଅନ୍‌୍‌ଲାଇନ୍‌ ପରୀକ୍ଷା କରାଯିବ ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଜୁଲାଇରେ ଘୋଷଣା କରିଥିଲେ ଯେ ଏନ୍‌ଇଇଟି ବର୍ଷରେ ଦୁଇ ଥର ହେବ ଏବଂ ଅନ୍‌୍‌ଲାଇନରେ ଏହି ପରୀକ୍ଷା କରାଯିବ। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶକ୍ରମେ କେନ୍ଦ୍ର ସରକାର ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ବର୍ଷରେ ଗୋଟିଏ ଥର ହିଁ ଏନ୍‌୍‌ଇଇଟି ହେବ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ପରୀକ୍ଷା ସଂସ୍ଥା (ଏନ୍‌୍‌ଟିଏ) ଡିସେମ୍ବର ୨୦୧୮ରୁ ୨୦୧୯ ମଧ୍ୟରେ ହେବାକୁ ଥିବା ପରୀକ୍ଷାର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏନ୍‌ଟିଏ ମୁତାବକ ୟୁଜିସି ନେଟ୍‌ ଚଳିତ ବର୍ଷ ୯ରୁ ୨୩ ଡିସେମ୍ବର ମଧ୍ୟରେ ହେବ ଏବଂ ୧୦ ଜାନୁଆରିରେ ଫଳାଫଳ ପ୍ରକାଶ ପାଇବ। ଜେଇଇ ମେନ୍‌୍‌-୧ ଆସନ୍ତା ବର୍ଷ ୬ରୁ ୨୦ ଜାନୁଆରି ମଧ୍ୟରେ ହେବ ଏବଂ ଏହାର ଫଳାଫଳ ୩୧ ଜାନୁଆରିରେ ଘୋଷଣା କରାଯିବ। ଜେଇଇ ମେନ୍‌-୨ ଆସନ୍ତା ବର୍ଷ ୬ରୁ ୨୦ ଏପ୍ରିଲ ମଧ୍ୟରେ ହେବ ଏବଂ ଏହାର ଫଳାଫଳ ୩୦ ଏପ୍ରିଲ୍‌ରେ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର