ଟିକାର ପ୍ରଥମ ଡୋଜ୍ କରୋନା ଯୋଦ୍ଧାଙ୍କୁ ଦିଆଯିବ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ

ନୂଆଦିଲ୍ଲୀ: ଦେଶରେ ଏବେ ୩ଟି କରୋନା ଟିକା ଉପରେ ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତେ ଫଳାଫଳକୁ ଅପେକ୍ଷା କରିଛନ୍ତି। ତେବେ କରୋନା ଟିକା ଆସିଲେ ପ୍ରଥମେ ଏହି ଟିକା କାହାକୁ ଦିଆଯିବ ବୋଲି ଅନେକ ଆଲୋଚନା ଚାଲିଥିବା  ବେଳେ ଏବେ ସେହି ସବୁ ଆଲୋଚନାର ଅନ୍ତ ଘଟିଛି। କରୋନା ଟିକା ଆସିଲେ ପ୍ରଥମେ ଏହା କରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଯେ, କରୋନ ଭାଇରସ ଟିକା ଉପରେ ବୈଜ୍ଞାନିକମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ଯଦି ସେମାନଙ୍କର ଉଦ୍ୟମ ସଫଳ ହୁଏ ତେବେ କୋଭିଡ -୧୯ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକା ଦିଆଯିବ। ଲାଲ କିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ଏହି ଘୋଷଣା କରିଥିଲେ। ଏହା ସହ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ପ୍ରଶଂସା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ଏହା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଐତିହାସିକ ଦିନ। ସ୍ୱାଧୀନତା ଦିବସର ଶୁଭ ଅବସରରେ ଆମର ପ୍ରଧାନମନ୍ତ୍ରୀ ଏହି ମିଶନ ଘୋଷଣା କରିଛନ୍ତି। ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଥିଲେ କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ |

Ashwini Kumar Choubey says Once we get vaccine, coronavirus warriors will be first ones to get dose
oneindia

କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କହିଥିଲେ ଯେ, ୩ଟି ଟିକା ଉପରେ ପରୀକ୍ଷା ଚାଲିଛି। ବୈଜ୍ଞାନିକମାନେ ସବୁଜ ସଙ୍କେତ ଦେବା ପରେ ଆମେ ଏହାର ବହୁଳ ଉତ୍ପ‌ାଦନ ପାଇଁ ପ୍ରସ୍ତୁତ ଅଛୁ।

ସମ୍ବନ୍ଧିତ ଖବର