ଦୁନିଆର ସବୁଠାରୁ ଓଜନିଆ ବ୍ୟକ୍ତି ୨୯୧ କିଲୋ ଓଜନ କମାଇ କଲେ କମାଲ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଓଜନିଆ ବ୍ୟକ୍ତି ୨୯୧କିଲୋ ଓଜନ କମାଇ ଇତିହାସ ସୃଷ୍ଟି କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମେକ୍ସିକୋରେ ରହୁଥିବା ୩୪ ବର୍ଷୀୟ ଜୁଆନ ପେଣ୍ଡ୍ରୋ ଦୁଇ ବର୍ଷ ମଧ୍ୟରେ ୨୯୧କିଲୋ ଓଜନ କମ କରି ଦେଖାଇଛନ୍ତି । ୫୯୫ ରୁ ଏବେ ତାଙ୍କ ଓଜନ ୩୦୪ କିଲୋ ହୋଇଥିବା ଜଣାପଡ଼ିଛି । ଏହି ଯାଦୁ ଅନେକ ସର୍ଜରି କରିବା ପରେ ସମ୍ଭବ ହୋଇ ପାରିଛି । ଓଜନ କମ ହେବା ସହ ଦୁନିଆର ସବୁଠାରୁ ଓଜନିଆ ବ୍ୟକ୍ତି ହେବାର ଟାଇଟଲ ମଧ୍ୟ ସେ ହରାଇଛନ୍ତି । ଏକ ସମୟରେ ଜୁଆନଙ୍କ ନାମ ତାଙ୍କ ଓଜନ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ଼ ରେକର୍ଡ଼ରେ ସ୍ଥାନ ପାଇଥିଲା । କିନ୍ତୁ ଆଜି ତାଙ୍କ ପାଖରେ ସେ ଟାଇଟଲ ନାହିଁ ।

Mexico News Daily

ସୂଚନା ମୁତାବକ, ପ୍ରତି ବର୍ଷ ଜୁଆନଙ୍କ ଓଜନ ୯ କିଲୋ ବଢ଼ୁଥିବା ବେଳେ ୬ ବର୍ଷ ବୟସରେ ତାଙ୍କ ଓଜନ ଥିଲା ୬୦ କିଲୋ । ଏହା ଖାଇବା ପାଇଁ ନୁହେଁ ବରଂ ଜୁଆନଙ୍କୁ ଜନ୍ମରୁ ହୋଇଥିବା ରୋଗ ପାଇଁ ଏଭଳି ସମସ୍ୟା ଆରମ୍ଭ ହୋଇଥିଲା । ୧୭ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଜୁଆନଙ୍କ ଓଜନ ଅଧିକ ବଢ଼ିବାକୁ ଲାଗିଥିଲା । ଦୁଇ ବର୍ଷ ପୂର୍ବେ ଜୁଆନ ୬-୧୦ ପାଦ ଯିବା ପରେ ଥକା ମାରି ବସି ପଡ଼ୁଥିବା ବେଳେ ଏବେ ସର୍ଜରି ପରେ ସେ ୧୦୦ପାଦ ଚାଲି ପାରୁଥିବା କହିଛନ୍ତି ।

ସମ୍ବନ୍ଧିତ ଖବର