‘ସାବରିମାଲା ମନ୍ଦିରକୁ ମହିଳାମାନଙ୍କର ପ୍ରବେଶକୁ ନିଷେଧ କରିବା ସମ୍ବିଧାନର ବିରୁଦ୍ଧାଚରଣ କରିବ’: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରକୁ ମହିଳାମାନଙ୍କର ପ୍ରବେଶକୁ ନିଷେଧ କରିବା ସମ୍ବିଧାନର ବିରୁଦ୍ଧାଚରଣ କରିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ୍‌, ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲକର୍‌, ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ, କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦରରେ ମହିଳାମାନଙ୍କର ପ୍ରବେଶ ଅଧିକାର ସଂପର୍କିତ ଏକ ମାମଲାର ଶୁଣାଣି କରିବା ଅବସରରେ କହିଛନ୍ତି ଯେ ଶାରୀରିକ ଗଠନ ଜନିତ ଜବୈକ କାରଣକୁ କେନ୍ଦ୍ର କରି ମନ୍ଦିର ମଧ୍ୟକୁ ମହିଳାମାନଙ୍କର ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରିବା ସମ୍ବିଧାନର ବିରୁଦ୍ଧାଚରଣ କରିବ।
‘କାହା ଆଧାରରେ ମନ୍ଦିର କର୍ତ୍ତୃପକ୍ଷ ମନ୍ଦିର ମଧ୍ୟକୁ ମହିଳାମାନଙ୍କର ପ୍ରବେଶାଧିକାରକୁ ବାରଣ କରିବେ? ଏହା ସେମାନଙ୍କର ସାମ୍ବିଧାନିକ ଅଧିକାରର ବିରୁଦ୍ଧାଚରଣ କରିବ। ଯଦି ତୁମେ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଖୋଲିଛ, ତେବେ ସେଠାକୁ ଯେ’କେହି ବି ଯାଇପାରିବେ’ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର।

ସମ୍ବନ୍ଧିତ ଖବର