ମୁମ୍ବାଇ: ‘ବୁଲ୍ଲି ବାଈ’ ଆପ୍ ମାମଲାରେ ମୁମ୍ବାଇ ପୁଲିସ୍ ସାଇବର ସେଲ୍ ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିଛି | ଆଜି ମୁମ୍ବାଇ ପୁଲିସ ଏହି ସୂଚନା ଦେଇଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ସତେଜ ପାଟିଲ ସୋମବାର ଦିନ "ବୁଲ୍ଲି ବାଈ" ଆପର ଡେଭଲପର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବା ପରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ‘ବୁଲ୍ଲି ବାଈ’ ଆପ୍ ମାମଲାରେ ବେଙ୍ଗାଲୁରୁରୁ ମୁମ୍ବାଇ ପୁଲିସ୍ ସାଇବର ସେଲ୍ ଦ୍ୱାରା ଗିରଫ ହୋଇଥିବା ୨୧ ବର୍ଷୀୟ ଅଭିଯୁକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ର। ଗିରଫ ପରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ସତେଜ ପାଟିଲ କହିଛନ୍ତି, "ମୁମ୍ବାଇ ପୁଲିସକୁ ବଡ ସଫଳତା ହାସଲ ହୋଇଛି ।
ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ଯଦିଓ ଏହି ଘଟଣା ବାବଦରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇନାହିଁ, ତଥାପି ମୁଁ ସମସ୍ତ ପୀଡ଼ିତାଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମେ କ୍ରମାଗତ ଭାବରେ ଅପରାଧୀଙ୍କୁ ଧରିବାକୁ ଚେଷ୍ଟା କରୁଛୁ | ଗୋଡାଉଛୁ ଏବଂ ସେମାନେ ଶୀଘ୍ର ଆଇନର ସମ୍ମୁଖୀନ ହେବେ। ବୁଲ୍ଲି ବାଈ ଆପ୍ ମାମଲାରେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କ ବୟସ ବ୍ୟତୀତ ମୁମ୍ବାଇ ପୁଲିସ ସନ୍ଦିଗ୍ଧଙ୍କ ପରିଚୟ ପ୍ରକାଶ କରି ନାହିଁ। ଆଇପିସି ଏବଂ ଆଇଟି ଆକ୍ଟର ସମ୍ପୃକ୍ତ ବିଭାଗ ଅନୁଯାୟୀ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି।
ସୂଚନା ଥାଉ କି ଯେ ପ୍ରାୟ ୬ ମାସ ହେବ ‘ଓପେନ୍-ସୋର୍ସ ପ୍ଲାଟ୍ଫର୍ମ’ ‘ଜିଟ୍ହବ୍’ ବ୍ୟବହାର କରି ବିନା ସମ୍ମତିରେ ସଂଖ୍ୟାଲଘୁ ମହିଳାଙ୍କର ଅନେକ ଫଟୋ ଅପ୍ଲୋଡ୍ କରି ସେମାନେ ନିଲାମ ହେବେ ବୋଲି ଘୋଷଣା କରିଥିଲା ବିବାଦୀୟ ଆପ ‘ବୁଲ୍ଲି ବାଈ’ | ଏହାକୁ ଗତକାଲି ବ୍ଲକ୍ କରିଦିଆଯାଇଥିବା କଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ |