ଲକଡାଉନ ପାଇଁ ସେନାକୁ ଡକାଯାଇଛି ଗୁଜବ ପ୍ରଚାର କରି ଯୁବକ ଗିରଫ

ମୁମ୍ବାଇ: ହ୍ଵାଟ୍ସଆପରେ ଏକ ମିଛ ବାର୍ତ୍ତା ପ୍ରଚାର କରୁଥିବା ଅଭିଯୋଗରେ ମୁମ୍ବାଇ ଜେଜେ ମାର୍ଗ ପୁଲିସ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ପୁଲିସର ସୂଚନାନୁସାରେ ସୋହେଲ ସଲିମ ପଞ୍ଜାବୀ ନାମକ ଯୁବକ ହ୍ଵାଟ୍ସଆପରେ ପ୍ରଚାର କରିଥିଲା ଯେ ଯେ ଲକଡାଉନ କରିବାକୁ ଦକ୍ଷିଣ ମୁମ୍ବାଇର କେତେକ ଅଞ୍ଚଳରେ ଭାରତୀୟ ସେନାକୁ ଡକାଯାଇଛି | ଏହି ବାର୍ତ୍ତା ସବୁଆଡେ ପ୍ରସାରିତ ହେବା ପରେ ଆଖପାଖ ଅଞ୍ଚଳର ଲୋକମାନେ ସେମାନଙ୍କ ଅଞ୍ଚଳରେ ସେନା ପହଞ୍ଚିଛନ୍ତି କି ନାହିଁ ପୁଲିସକୁ ପଚାରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

nayalook.com

ଯେତେବେଳେ ପୁଲିସ ଏହି ମିଛ ଖବରର ଉତ୍ସ ଖୋଜିବାକୁ ଚେଷ୍ଟା କଲା, ପୁଲିସ ଜାଣିବାକୁ ପାଇଥିଲା ଯେ ସୋହେଲ ସଲିମ ପଞ୍ଜାବୀ ତାଙ୍କ ହ୍ଵାଟ୍ସଆପ ଗ୍ରୁପରେ ଏହି ବାର୍ତ୍ତା ପ୍ରଚାର କରିଛନ୍ତି। କିଛି ସମୟ ପରେ ତାଙ୍କୁ ଜେଜେ ମାର୍ଗ ପୁଲିସ ଗିରଫ କରିଥିଲା। ପଞ୍ଜାବୀ ମେସେଜରେ ଲେଖିଥିଲା ଯେ ”କ୍ରାଇମ ଆଲର୍ଟ, ମୁମ୍ବାଇର ନଲ୍ ବଜାର, ଭେଣ୍ଡି ବଜାର, ଡୋଙ୍ଗ୍ରି, ମଦନପୁରା, କାଲା ପାନି ଏବଂ ସାଥ୍ ରାସ୍ତା ଅଞ୍ଚଳ ଅନିୟନ୍ତ୍ରିତ ହୋଇଛି, ତେଣୁ ସେନା ଡକାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିୟନ୍ତ୍ରଣ କରିବା ପାଇଁ ସେମାନେ ରବର ବୁଲେଟ୍ ବ୍ୟବହାର କରିବେ।” ଏହା ପରେ ତାଙ୍କୁ ଗିରଫ କରାଯାଇଛି | ପୁଲିସ ଡେପୁଟି କମିଶନର ସଂଗ୍ରାମ ସିଂହ ନିଶନ୍ଦର କହିଛନ୍ତି ଯେ ଭାଇରାଲ୍ ବାର୍ତ୍ତା ଉପରେ ବିଶ୍ୱାସ ନ କରିବା ସହ ଏହାକୁ ଫରୱାର୍ଡ଼ କରନ୍ତୁ ନାହିଁ |

ସମ୍ବନ୍ଧିତ ଖବର