ମମତାଙ୍କ ଚକ୍ରବ୍ୟୁହରେ ପଡିଗଲା କି ବିଜେପି? ଟିଏମସିରେ ଯୋଗ ଦେଲେ ଆଉ ଜଣେ ବିଜେପି ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଟିଏମସି(ତୃଣମୂଳ କଂଗ୍ରେସ) ବିଜେପିକୁ ଆଉ ଏକ ଝଟକା ଦେଇଛି। ମଙ୍ଗଳବାର ଦିନ ବିଜେପି ବିଧାୟକ ବିଶ୍ୱଜିତ ଦାସ ଟିଏମସିରେ ଯୋଗ ଦେଇଛନ୍ତି। ତାଙ୍କ ବ୍ୟତୀତ କାଉନସିଲର ମୋନୋତୋଷ ଦାସ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି | ଏହାପୂର୍ବରୁ ସୋମବାର ଦିନ ତନ୍ମୟ ଘୋଷ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ। ସେ ବିଷ୍ଣୁପୁର ଆସନରୁ ବିଧାୟକ ଅଛନ୍ତି ।

ପୂର୍ବରୁ ତନ୍ମୟ ଘୋଷଙ୍କ ପରି ବିଶ୍ୱଜିତ୍ ଦାସ ମଧ୍ୟ ଟିଏମସିରେ ଥିଲେ ଏବଂ ବର୍ତ୍ତମାନ ପୁଣି ଘରକୁ ଫେରିଛନ୍ତି। ବିଶ୍ୱଜିତ୍ ଦାସ କହିଛନ୍ତି ଯେ ମୁଁ ବିଜେପି ଯାଇ ଏକ ଭୁଲ କରିଥିଲି ଓ ଟିଏମସିକୁ ପୁଣି ଫେରି ଆସିବାକୁ ଚାହୁଁଥିଲି। ଟିଏମସିରୁ ଦୁଇ ଦୁଇ ଥର ବିଧାୟକ ଥିବା ବିଶ୍ୱଜିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ସେ ମୁକୁଲ ରାୟଙ୍କ ସହ ବିଜେପିରେ ଯୋଗ ଦେଇଥିଲେ | କୁହାଯାଉଛି ଯେ ମୁକୁଲ ରାୟ ପୁଣି ଥରେ ଟିଏମସିକୁ ଫେରିବା ପରେ ବିଶ୍ୱଜିତ ମଧ୍ୟ ପୁଣି ଟିଏମସିରେ ଯୋଗ ଦେଇଛନ୍ତି। ଚର୍ଚ୍ଚା ମୁତାବକ ବିଶ୍ୱଜିତ ବୋନଗାଓଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଁହୁଥିଲେ, କିନ୍ତୁ ବିଜେପି ପକ୍ଷରୁ ତାଙ୍କୁ ବାଗଡା ଆସନରୁ ଲଢ଼ିବାକୁ କୁହାଯାଇଥିଲା ।

ଯାହାକୁ ନେଇ ସେ ଖୁସି ନଥିଲେ। କୁହାଯାଉଛି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଦଳ ବଦଳାଇବାକୁ ଚାହିଁଥିଲେ । କିନ୍ତୁ ମୁକୁଲ ରାୟ ବିଧାନସଭା ନିର୍ବାଚନ ପରେ ହିଁ ଏଭଳି କରିବାକୁ କହିଥିଲେ । ସୂଚନା ଥାଉ କି ବର୍ତ୍ତମାନ ବିଜେପି ବିଧାୟକଙ୍କ ସଂଖ୍ୟା ୭୨ରେ ପହଂଚିଥିବାବେଳେ ବିଧାନସଭା ନିର୍ବାଚନରେ ବିଜେପିର ୭୭ ସଦସ୍ୟ ଜିତିଥିଲେ । ସୂତ୍ରରୁ ପ୍ରକାଶ ଯେ ଆଗାମୀ ଦିନରେ ଆଉ କିଛି ବିଧାୟକ ମଧ୍ୟ ଦଳ ଛାଡି ଟିଏମସିରେ ଯୋଗ ଦେଇପାରନ୍ତି

ସମ୍ବନ୍ଧିତ ଖବର