କେଉଁ ଷ୍ଟେସନରେ ପହଂଚିଛି ଟ୍ରେନ, କେତେବେଳେ ଆସିବ ଟ୍ରେନ, ହ୍ଵାଟ୍ସଆପରେ ବି ମିଳିପାରିବ ତଥ୍ୟ

ମୁମ୍ବାଇ: ଟ୍ରେନର ସଠିକ ସମୟକୁ ନେଇ ଆପଣ ଚିନ୍ତିତ କି ? କେଉଁ ଷ୍ଟେସନରେ ଟ୍ରେନ ପହଂଚିଛି ଓ କେତେବେଳେ ଟ୍ରେନ ଆସି ଆପଣଙ୍କ ଷ୍ଟେସନରେ ପହଂଚିବ, ଏଣିକି ଆପଣ ଏସବୁ ତଥ୍ୟ ହ୍ଵାଟ୍ସଆପରେ ପାଇପାରିବେ | ତେବେ ଏଥିପାଇଁ ଆପଣଙ୍କୁ ଏକ ବାଟ ଆପଣାଇବାକୁ ପଡିବ | ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏବେ ଏମିତି ଏକ ସୁବିଧା ଯୋଗାଉଛି, ଯାହା ମାଧ୍ୟମରେ ଜଣେ ଯାତ୍ରୀ ସହଜରେ ହ୍ଵାଟ୍ସଆପ ମାଧ୍ୟମରେ ଟ୍ରେନର ସଠିକ ସମୟ ବାବଦରେ ଜାଣିପାରିବ | ମୁମ୍ବାଇର ଷ୍ଟାର୍ଟଅପ କମ୍ପାନୀ ରେଲଓଫି(RAILOFY) ସାହାଯ୍ୟରେ ଆପଣ ଟ୍ରେନର ସବୁ ତଥ୍ୟ ପାଇପାରିବେ |

କେବଳ ଟ୍ରେନ ସମୟ ନୁହେଁ ବରଂ ଆପଣ ଏହି ଆପ ମାଧ୍ୟମରେ ଆପଣଙ୍କ ପିଏନଆର ର ସ୍ଥିତି ବାବଦରେ ମଧ୍ୟ ଜାଣିପାରିବେ | ଟ୍ରେନର ପ୍ରକୃତ ସମୟ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ କେବଳ ନିଜ ଫୋନରେ ‘+ ୯୧-୯୮୮୨୧୯୩୩୨୨’ ଏକ ନମ୍ବର ସେଭ କରିବାକୁ ପଡିବ | ଏହା ପରେ ଆପଣଙ୍କୁ ଏହି ନମ୍ବରକୁ ୧୦ ଅଙ୍କ ବିଶିଷ୍ଟ ପିଏନଆର ନମ୍ବର ପଠାଇବାକୁ ପଡିବ | ନମ୍ବର ପଠାଇବାର କିଛି ସେକେଣ୍ଡ ବାବଦରେ ଆପଣଙ୍କ ହ୍ଵାଟ୍ସଆପକୁ ସମସ୍ତ ତଥ୍ୟ ଆସିଯିବ |

ଟ୍ରେନ କେଉଁ ଷ୍ଟେସନରେ ପହଁଚିଲା ଓ କେଉଁ ଷ୍ଟେସନରୁ ଛାଡିଲା ସେ ସବୁ ତଥ୍ୟ ମିଳିଯିବ | ଯଦି ଆପଣ ଏହି ସେବାକୁ ବନ୍ଦ କରିବାକୁ ଚାଁହୁଛନ୍ତି ତେବେ ଆପଣଙ୍କୁ ସେହି ନମ୍ବରରେ କେବଳ ଷ୍ଟପ(STOP) ଲେଖି ମେସେଜ କରିବାକୁ ପଡିବ | ଆଉ ଏହା ପରେ ଆପଣଙ୍କୁ ଆଉ ତଥ୍ୟ ଆସିବ ନାହିଁ | ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଆପ ମାଗଣାରେ ଉପଲବ୍ଧ ହେଉଛି |

ସମ୍ବନ୍ଧିତ ଖବର