କିବ୍ : ରୁଷ୍ ଏବଂ ୟୁକ୍ରେନ୍ ଯୁଦ୍ଧକୁ ୪ ସପ୍ତାହ ହେବାକୁ ଯାଉଥିବା ବେଳେ ଯୁଦ୍ଧ ପାଇଁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଶିଶୁ। ଯୁଦ୍ଧ ପାଇଁ ପ୍ରତି ମିନିଟ୍ରେ ଜଣେ ଶିଶୁ ଶରଣାର୍ଥୀ ହେଉଛନ୍ତି। ଜାତିସଂଘ ଶିଶୁ ସଂସ୍ଥା -ୟୁନିସେଫ୍ର ଜଣେ ମୁଖପାତ୍ର କହିଛନ୍ତି, ଗତ ୨୦ ଦିନ ମଧ୍ୟରେ ୭୦ ହଜାରରୁ ଅଧିକ ଶିଶୁ ପ୍ରତିଦିନ ଶରଣାର୍ଥୀ ହୋଇଛନ୍ତି। ଯୁଦ୍ଧ ଆରମ୍ଭ ହେବାପରଠାରୁ ପ୍ରତି ଦିନ ହାରାହାରି ୭୦ ହଜାରରୁ ଅଧିକ ଶିଶୁ ଶରଣାର୍ଥୀ ହେଉଛନ୍ତି ଏବଂ ଏହି ହିସାବରେ ପ୍ରତି ମିନିଟ୍ରେ ଜଣେ ଶିଶୁ ଶରଣାର୍ଥୀ ହେବାର ଦୁର୍ଭାଗ୍ୟ ମୁଣ୍ଡାଉଛନ୍ତି। ଜାତିସଂଘ ଆକଳନ ଅନୁଯାୟୀ ଫେବ୍ରୁଆରି ୨୪ରେ ରୁଷ୍ ଆକ୍ରମଣ କରିବା ପରଠାରୁ ୩୦ ଲକ୍ଷରୁ ଅଧିକ ଲୋକ ଶରଣାର୍ଥୀ ହେଲେଣି। ସେମାନଙ୍କ ମଧ୍ୟରେ ୧୪ ଲକ୍ଷ ଶିଶୁ ଅଛନ୍ତି।
ଗତ ସପ୍ତାହରେ ୟୁକ୍ରେନ୍ର ସରକାରୀ ରିପୋର୍ଟ ଅନୁଯାୟୀ ଯୁଦ୍ଧ ପାଇଁ ୭୯ ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଶିଶୁ ଆହତ ହୋଇଛନ୍ତି। ଅଧିକାଂଶ ଶିଶୁ କିବ୍, ଖାରକିଭ, ଡୋନେସ୍କ, ସୁମି, ଖେରସନ ଏବଂ ଜିଟୋମିର୍ ଅଞ୍ଚଳର। ଗତ ସପ୍ତାହରେ ମାରିୟୁପୋଲ୍ର ଏକ ଶିଶୁ ହସ୍ପିଟାଲ୍ ଉପରେ ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ukr-4.jpg)