ନୂଆଦିଲ୍ଲୀ: ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ପରିଚିତ ରାଷ୍ଟ୍ରପତି ଭବନ ପରିସରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣେ ମହିଳା ହୋଇଥିବା ବେଳେ ରାଷ୍ଟ୍ରପତି ଭବନରେ କାମ କରୁଥିବା ଜଣେ ସଫେଇକର୍ମୀଙ୍କ ବୋହୂ ବୋଲି ଜଣାପଡିଛି | ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରୁହନ୍ତି। ଏହି ଖବର ଜଣାପଡିବା ପରେ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରଙ୍କୁ ହୋମ୍ କ୍ଵାରାଣ୍ଟିନରେ ରଖାଯାଇଛି |
କୁହାଯାଉଛି ଯେ ସଫେଇ କର୍ମଚାରୀଙ୍କ ବୋହୂର ମା’ ପୂର୍ବରୁ କରୋନାରେ ମୃତ୍ୟୁବରଣ କରିଥିଲେ। ଗାଁରେ ତାଙ୍କର ଅନ୍ତିମ ସଂସ୍କାରରେ ପୂରା ପରିବାର ଲୋକ ଯୋଗ ଦେଇଥିଲେ। ଏହା ପରେ, ସଫେଇକର୍ମୀଙ୍କ ପରିବାରକୁ ପୃଥକ ଭାବରେ ଆଇସୋଲେସନକୁ ପଠାଯାଇଥିଲା ଏବଂ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା |
ସମସ୍ତଙ୍କର କରୋନା ପରୀକ୍ଷା ଫଳାଫଳ ନେଗେଟିଭ ଆସିଥିବାଜବେଳେ,ବୋହୂର ଫଳାଫଳ ପଜିଟିଭ ଆସିଛି | ଏହା ପରେ ସ୍ୱାସ୍ଥ୍ୟ ବିଭାଗ, ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରକୁ ହୋମ କ୍ଵାରାଣ୍ଟିନରେ ରହିବାକୁ କୁହାଯାଇଛି | ତେବେ ଏହି ୧୨୫ ପରିବାରଙ୍କ ମଧ୍ୟରୁ ୨୫ ପରିବାର ଉକ୍ତ କର୍ମଚାରୀଙ୍କ ସହ ସମାନ ବ୍ଲକରେ(କଲୋନୀରେ) ରହୁଥିବାରୁ ଏହି ୨୫ ପରିବାରକୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି ଏବଂ ସେମାନଙ୍କର ଖାଦ୍ୟ ରାଷ୍ଟ୍ରପତି ଭବନରୁ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Rashtrapati-Bhawans-Women-Worker-Tested-Positive_Thumbnail_2.jpg)