ଗୋଟିଏ ଦେଶ ଗୋଟିଏ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନା

ବୋଝରେ ପିଲାଙ୍କ ମେରୁହାଡ଼ ଭାଙ୍ଗିସାରିଛି: ଜଷ୍ଟିସ୍‌ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପ୍ରକାର ଶିକ୍ଷା ପରିଷଦ ଲାଗୁ କରାଇବା ଆଦୌ ସମୀଚୀନ ନୁହେଁ। ଅଧିକ ବହିର ବୋଝରେ ପିଲାଙ୍କୁ ଆଉ ଭାରାକ୍ରାନ୍ତ କରାଯାଇପାରିବ ନାହିଁ। ଗୋଟିଏ ଦେଶ-ଗୋଟିଏ ବୋର୍ଡ ନୀତି ପାଇଁ ରୁଜୁ ଏକ ଜନସ୍ବାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଶୁକ୍ରବାର ଏପରି ରାୟ ଦେଇଛନ୍ତି। ଏପରିକି ବହିର ବୋଝରେ ଆମ ପିଲାମାନଙ୍କର ପିଠି ଭାଙ୍ଗି ସାରିଥିବା ବେଳେ ଆଉ ଅଧିକ ଲଦିବା ପାଇଁ ଆପଣ କାହିଁକି ଇଚ୍ଛା କରୁଛନ୍ତି ବୋଲି ମାମଲାର ବିଚାର ବେଳେ ଜଷ୍ଟିସ୍‌ ଡିଵାଇ ଚନ୍ଦ୍ରଚୂଡ଼ ଆଦେଦନକାରୀ ଆଡ୍‌ଭୋକେଟ୍‌ ଅଶ୍ବନୀ ଉପାଧ୍ୟାୟଙ୍କୁ ପ୍ରଶ୍ନ କରିଥିଲେ। ସୁତରାଂ ଏହି ନିରୀହ ପିଲାଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କୁ ଆଉ ଅଧିକ କଷ୍ଟ ନଦେବା ପାଇଁ ସେ ପରାମର୍ଶ କରିଛନ୍ତି।

ସେହିପରି ସମଗ୍ର ଦେଶ ପାଇଁ ସମାନ ଶିକ୍ଷା ପରିଷଦ ଏବଂ ସମାନ ପାଠ୍ୟକ୍ରମ ଲାଗୁ କରାଇବା ସରକାରଙ୍କ ନୀତିଗତ ନିଷ୍ପତ୍ତି ବୋଲି ଜଷ୍ଟିସ୍ ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, ଭିନ୍ନ ଭିନ୍ନ ଶିକ୍ଷା ପରିଷଦ ଭିନ୍ନ ଭିନ୍ନ ପାଠ୍ୟକ୍ରମ ପଢ଼ାଉଛନ୍ତି ବୋଲି ଆବେଦନକାରୀ ଦର୍ଶାଇବାରୁ ମାନ୍ୟବର ଜଷ୍ଟିସ କହିଥିଲେ ଯେ ଦେଶରେ ବିବିଧତାକୁ ପ୍ରୋତ୍ସାହିତ କରାଯାଉଥିବାରୁ ଭିନ୍ନ ଭିନ୍ନ ପାଠ୍ୟକ୍ରମ ଚାଲିଛି।

ସମ୍ବନ୍ଧିତ ଖବର