ନୂଆଦିଲ୍ଲୀ: ସମସ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡକାଇଛନ୍ତି। ତେବେ ଏଥିରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେନାହିଁ ବୋଲି ଆଜି କହିଛନ୍ତି। ଏହି ବୈଠକ ମୋଦୀ ଅତ୍ୟନ୍ତ ତରବରିଆ ଭାବେ ଡକାଇଛନ୍ତି ବୋଲି ମମତା କହିଛନ୍ତି। ତେବେ ଏହି ବୈଠକରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ବେଳେ ଏହାକୁ ମମତାଙ୍କ ବର୍ଜନ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକସଭାରେ ଏବେ ଟିଏମ୍ସିର ୨୨ ଜଣ ସଂସଦ ଅଛନ୍ତି ଏବଂ ଗୃହରେ ଏହା ଚତୁର୍ଥ ବଡ଼ ଦଳ ଭାବେ ପରିଗଣିତ ହୋଇଛି । ବିଜେପିର ୩୦୩ ସାଂସଦ ଥିବା ବେଳେ କଂଗ୍ରେସର ୫୨ ଏବଂ ଡିଏମ୍କେର ୨୩ ଜଣ ସାଂସଦ ଅଛନ୍ତି।
ଏକ ରାଷ୍ଟ୍ର-ଏକ ନିର୍ବାଚନ:ମୋଦୀଙ୍କ ସର୍ବଦଳୀୟ ବୈଠକକୁ ମମତା ଯିବେନାହିଁ
/sambad/media/post_attachments/wp-content/uploads/2019/06/mamata-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)